ବେଜିଂ: ଦକ୍ଷିଣ କୋରିଆ ପରେ ଚାଇନାରେ ଫେରିଛି କରୋନା ଭାଇରସ। କିଛି ଦିନ ହେବ ଏହି ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଜିରୋ ରହିଥିଲା। ଏବେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ରବିବାର ମୋଟ୍ ୯୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ସମସ୍ତେ ଏବେ ଚିକିତ୍ସାଧୀନ ରହିଛନ୍ତି ବୋଲି ଚାଇନାର ଜାତୀୟ ସ୍ୱାସ୍ଥ୍ୟ କମିଶନ ଏହି ସୂଚନା ଦେଇଛି।
୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ ବିଦେଶ ଯାତ୍ରା କରିଥିଲେ ବୋଲି କମିଶନ କହଛି। ବାକି ଦୁଇ ଜଣ ଚାଇନାର ହେଇଲୋଙ୍ଗଜିଆଙ୍ଗ ବାସୀ ବୋଲି ଚାଇନାର ଇଏଫଇ ନ୍ୟୁଜ ପ୍ରକାଶ କରିଛି।
ମାର୍ଚ୍ଚ ୨୮ ରେ ବେଜିଂ ଦେଶରେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ଏକ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛି। ହେଲେ କରୋନା ପାଇଁ ବିଦେଶରେ ଥିବା ଅନେକ ଚାଇନା ନାଗରିକ ଏବେ ଦେଶକୁ ଫେରୁଛନ୍ତି। ଯାହାକି ଚାଇନା ପାଇଁ ମୁଣ୍ଡବ୍ୟଥା ପାଲଟିଛି।
ତେବେ ଚାଇନାରେ ଏବେ ମୋଟ୍ ୧,୧୩୮ ଜଣ ଚିକିତ୍ସାଧୀନ ଥିବାବେଳେ ୫୦ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଡିସେମ୍ୱର ଶେଷ ବେଳକୁ ଏହି ଭାଇରସ ଉହାନରୁ ବ୍ୟାପିଛି। ଏଯାବତ ଚାଇନାରେ ୮୨,୦୫୨ ଆକ୍ରାନ୍ତ ହୋଇଥିବାବେଳେ ୩,୩୩୯ ଜଣଙ୍କର ମୃତ୍ୟୁ ଘଟିଛି। ମାର୍ଚ୍ଚ ୧୨ରେ ଚାଇନା ସରକାର କହିଥିଲେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଜିରୋ।
from Odisha Reporter https://ift.tt/2V3gbAc
No comments:
Post a Comment