ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକ୍ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଦୂରଦର୍ଶନର ସହାୟତା ନିଆଯିବ। ଲକ୍ଡାଉନ ସମୟରେ ଦୂରଦର୍ଶନ ଜରିଆରେ ଦଶମ ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଆସନ୍ତା ୨୦ ତାରିଖରୁ ଏଜୁସାଟ୍ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଛି। ଏପ୍ରିଲ ୨୦ରୁ ମେ’ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ ହେବ।
ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନକୁ ଘଣ୍ଟାଏ ଲେଖାଏ ୨ଥର କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ। ସକାଳ ୧୧ଟାରୁ ୧୨ଟା ଏବଂ ୩ଟା ୩୦ରୁ ୪ଟା ୩୦ ପ୍ରସାରଣ ହେବ।
ଗଣିତ, ଇଂରାଜୀ, ଭୂଗୋଳ, SCP ଓ SCL ପାଠର ପୁନଃ ପ୍ରସାରଣ ହେବ। ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି-ଓସେପା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
from Odisha Reporter https://ift.tt/2XHxskp
No comments:
Post a Comment