ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସଙ୍କଟ ବେଳେ ଭାରତକୁ ସହଯୋଗର ହାତ ବଢ଼ାଇଛି ଆମେରିକା। କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟତା ସ୍ୱରୂପ ଆମେରିକା ଭାରତକୁ ପାଖାପାଖି $୫.୯ ମିଲିୟନ ପ୍ରଦାନ କରିଛି। ଏନେଇ ଆମେରିକା ସରକାରଙ୍କୁ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ନିକଟରେ ଆମେରିକାକୁ କରୋନା ମୁକାବିଲ ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ଏବଂ କଞ୍ଜାମାଲ୍ ଯୋଗାଇଥିଲା। ପ୍ରତିବଦଳରେ ଆମେରିକା ସରକାର ଭାରତକୁ $୫.୯ ମିଲିୟନ ଦେଇଛନ୍ତି ବୋଲି କୁହାଯାଉଛି।
କରୋନା ମୁକାବିଲା ପାଇଁ ଭାରତ ସହିତ ପାକିସ୍ତାନକୁ ମଧ୍ୟ ଆମେରିକା ଆର୍ଥିକ ସହାୟତା କରିଛି। ଭରତକୁ ଆମେରିକା $୫.୯ ଦେଇଥିବା ବେଳେ ପାକିସ୍ତାନକୁ $୮.୪ ମିଲିୟନ ଦେଇଛି। ପାକିସ୍ତାନରେ ଅବସ୍ଥାପିତ ଆମେରିକା ଦୂତବାସ ପକ୍ଷରୁ ଏହି ସୂଚନା ମିଳିଛି। ସେହିପରି ଆମେରିକା ନିଜ ଦେଶର ଚାଷୀମାନଙ୍କ ପାଇଁ ୧୯ ବିଲିୟନ ଡଲାରର ରିଲିଫ ପ୍ୟାକେଜ ଘୋଷଣା କରିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିଡିଓ କନଫରେନସିଂ କରି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପଠାଇବାକୁ କହିଥିଲେ। ଏହାପରେ ଭାରତ ଆଗାମୀ ଦିନରେ ଏବାବଦରେ ନିଷ୍ପତ୍ତି ନେବ ବୋଲି କହିଥିଲା। ହେଲେ ଏହା ପୂର୍ବରୁ ଭାରତକୁ କରୋନା ମୁକାବିଲା ପାଇଁ ଆମେରିକା $୫.୯ ମିଲିୟନ ଦେବ ବୋଲି ଟ୍ରମ୍ପ କହିଥିଲେ। ଏବେ ଭାରତ HCQ ପଠାଇବା ପରେ ଆମେରିକା $୫.୯ ମିଲିୟନ ଟଙ୍କା ଭାରତକୁ ଦେଇଛି। ଯଦିଓ ଏହା ଦୁଇ ଦେଶ ମଧ୍ୟରେ ଚୁକ୍ତି ନୁହଁ। ହେଲେ ଦୁଇ ଦେଶ ପରସ୍ପରକୁ ଏଭଳି ସହଯୋଗ କରିବା ଦ୍ୱାରା ଆଗାମୀ ଦିନରେ ସମ୍ପର୍କ ମଜଭୁତ ହେବ।
ଭାରତ HCQ ପଠାଇବା ପରେ ଟ୍ରମ୍ପ ଟ୍ୱିଟ କରି କହିଥିଲେ, ‘HCQକୁ ନେଇ ଭାରତ ଓ ଭାରତୀୟଙ୍କ ନିଷ୍ପତ୍ତି ଓ ସାହାଯ୍ୟକୁ ଭୁଲି ହେବନି। ଏହି ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ କେବଳ ଭାରତକୁ ସହଯୋଗ କରିବ ନାହିଁ ବରଂ ଏହା ମାନବିକତାର ପରିଚୟ ଦେଇଛି।’
ଶନିବାର ସକାଳ ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ଆମେରିକାର ଜନ ହାପିକନ ବିଶ୍ୱବିଦ୍ୟାଳୟ ଏହି ସୂଚନା ଦେଇଛି। ଏଯାବତ କରୋନାରେ ୭୦୧,୬୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୭,୦୫୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
from Odisha Reporter https://ift.tt/3akyk14
No comments:
Post a Comment