ମୁହଁରେ ମାସ୍କ ନଥିଲେ ଗ୍ରୋସରି ମନା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

ମୁହଁରେ ମାସ୍କ ନଥିଲେ ଗ୍ରୋସରି ମନା !

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମାସ୍କ ନାହିଁ ତ ଗ୍ରୋସରି ନାହିଁ।  ଏପରିକି ପନିପରିବା, ଫଳ  କିମ୍ବା ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହିଁ । ଏଭଳି ନିର୍ଦ୍ଦେଶ ଗଂଜାମ ଜିଲ୍ଲାପାଳ ଦେଇଛନ୍ତି। ଏନେଇ ପ୍ରତ୍ୟେକ ଦୋକାନୀ ଦୋକାନ ସମ୍ମୁଖରେ ଏକ ସୂଚନା ଫଳକ ରଖି ସେଥିରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିବାକୁ କୁହାଯାଇଛି।

ନଚେତ୍ ଦୋକାନୀ ମାନେ ସେମାନଙ୍କୁ ଅତ୍ୟାବଶ୍ୟକ ଜିନିଷ ବିକିବେ ନାହିଁ ବୋଲି କୁହାଯାଇଛି । କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି ।  ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜିଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି । ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ ।



from Odisha Reporter https://ift.tt/2URGCsC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages