ନୂଆଦିଲ୍ଲୀ: ଗୁରୁବାର ସକାଳ ୯ଟା ସୁଦ୍ଧା ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଛି, ଆକ୍ରାନ୍ତଙ୍କ ସଂଖ୍ୟା ୫,୭୩୪ରେ ପହଞ୍ଚିଛି। ହସ୍ପିଟାଲରୁ ୪୭୨ ଆକ୍ରାନ୍ତ ଡିସଚାର୍ଜ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କହିଛି।
ମହାରାଷ୍ଟ୍ରରେ ସର୍ବାଧିକ ୧,୧୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧୭ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୭୨ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ପରେ ତାମିଲନାଡୁରେ ୭୮୩ ଜଣ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି। ୨୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ ରହିଥିବାବେଳେ ୧୩୮ ଜଣ ଚିକିତ୍ସିତ ହେଉଛନ୍ତି। ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
from Odisha Reporter https://ift.tt/3c4YAOg
No comments:
Post a Comment