କରୋନାର ଚିକିତ୍ସା ସଂପର୍କିତ ଟ୍ୱିଟ୍ କରି ଟ୍ରୋଲ୍ ହେଲେ ଅମିତାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

କରୋନାର ଚିକିତ୍ସା ସଂପର୍କିତ ଟ୍ୱିଟ୍ କରି ଟ୍ରୋଲ୍ ହେଲେ ଅମିତାଭ

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆଜିକାଲି କରୋନା (COVID-19)କୁ ନେଇ ଲଗାତାର ସୋଶାଲ୍ ମିଡିଆରେ ପୋଷ୍ଟ କରୁଛନ୍ତି। ତେବେ ଲୋକମାନେ କ୍ରମାଗତ ଭାବରେ ତାଙ୍କୁ ଟାର୍ଗେଟ ବି କରୁଛନ୍ତି। କେତେବେଳେ କରୋନା ପାଇଁ ଦାନକୁ ନେଇ ତ କେତେବେଳେ ଅନ୍ୟ କିଛି କାରଣ ନେଇ ଲୋକମାନେ ତାଙ୍କୁ ଟ୍ରୋଲ୍ କରୁଛନ୍ତି। ତଥାପି ଅମିତାଭ କ୍ରମାଗତ ଭାବରେ ପୋଷ୍ଟ କରୁଛନ୍ତି। ସେ ଏକ ଟ୍ୱିଟ୍ କରି କରୋନା ପାଇଁ ହୋମିଓପାଥି ଚିକିତ୍ସା ପ୍ରଣାଳୀ ଆପଣାଇବାକୁ କହିଛନ୍ତି। ଆଉ ଏହାକୁ ନେଇ ବି ତାଙ୍କୁ ଟ୍ରୋଲ୍ କରାଯାଉଛି।

ଅମିତାଭ ଲେଖିଛନ୍ତି ଯେ ଯେହେତୁ ସେ ହୋମିଓପାଥିକ ଚିକିତ୍ସାରୁ ଲାଭ ପାଇଛନ୍ତି, ତେଣୁ ଏହାରି ମାଧ୍ୟମରେ କରୋନାର ଚିକିତ୍ସା ପାଇଁ ଉପାୟ ଖୋଜିବାକୁ ଆୟୂଷ ମନ୍ତ୍ରାଳୟକୁ ପ୍ରୋତ୍ସାହିତ କରିବେ। ସେ ପ୍ରାର୍ଥନା କରିବେ ଯେ ଏହିପରି ମହାମାରୀର ପ୍ରତିଷେଧକ ଓ ଔଷଧ ବାହାର କରିବା ଦିଗରେ ଭାରତ ସର୍ବାଗ୍ରେ ରହୁ।

ବିଗ୍ ବି’ଙ୍କ ଏହି ଟ୍ୱିଟ୍ ପଢ଼ି ସୋଶାଲ୍ ମିଡିଆ ୟୁଜରମାନେ ତାଙ୍କୁ ଟ୍ରୋଲ୍ କରିଛନ୍ତି। ଏହା ଉପରେ ଜୱାଲା ଗୁରୁନାଥ ନାମକ ଜଣେ ଡାକ୍ତର ଲେଖିଛନ୍ତି, “ଦୟାକରି କିଛି ସମ୍ବେଦନଶୀଳ ଟ୍ୱିଟ୍ କରନ୍ତୁ। କରୋନା ଭାଇରସ ମହାମାରୀ ଭଳି ସମୟରେ ଏହିପରି ଟ୍ୱିଟ୍ ଆଦୌ ଗ୍ରହଣୀୟ ନୁହେଁ। ଏହା କିପରି ସାହାଯ୍ୟ କରିବ ଦୟାକରି ବର୍ଣ୍ଣନା କରନ୍ତୁ।”

 

 



from Odisha Reporter https://ift.tt/2xNKF0e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages