ଥାଳି ବଜାଇ ଲୋକଙ୍କୁ ସଚେତନ କରୁଛନ୍ତି ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଥାଳି ବଜାଇ ଲୋକଙ୍କୁ ସଚେତନ କରୁଛନ୍ତି ମହିଳା

ନୂଆପଡ଼ା (ମାୟାଧର ସରାଫ): କରୋନା ମୁକାବିଲା ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରି ଦିଆଯାଇଛି। ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ସରକାର ସଚେତନ କରୁଛନ୍ତି। ହେଲେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ପାଇକପଡା ଗାଁର ମହିଳାମାନେ ଲୋକମାନଙ୍କୁ ଅଭିନବ ଉପାୟରେ ସଚେତନ କରୁଛନ୍ତି।

ମହିଳାମାନେ ଗାଁ ଗାଁ ବୁଲି ଥାଳି ବଜାଇ ଲୋକଙ୍କୁ ଘର ନ ବାହାରିବା ପାଇଁ କହୁଛନ୍ତି। ମହିଳାମାନେ ଦିନକୁ ଦୁଇରୁ ତିନି ଥର ଥାଳି ବଜାଇ ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରୁଛନ୍ତି। ଏହାସହ ଗାଁର କୌଣସି ବ୍ୟକ୍ତି ଯେମିତି ବାହାରକୁ ନ ଯିବେ, ଆଉ ବାହାର ଲୋକ ଗାଁକୁ ନ ଆସିବେ, ସେଥିପାଇଁ ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି। ଗାଁକୁ ଆସୁଥିବା ସମସ୍ତ ଲୋକ ସାବୁନରେ ହାତ ଧୋଇ ଭିତରକୁ ଆସିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି।

ଲକ୍‌ଡାଉନ୍‌ ନ ଉଠିବା ପର୍ଯ୍ୟନ୍ତ ମହିଳାମାନେ ଲୋକମାନଙ୍କୁ ଏପରି ସଚେତନ କରିବା ଜାରି ରଖିବେ  ବୋଲି କହିଛନ୍ତି।



from Odisha Reporter https://ift.tt/2RgUxpQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages