ବେଜିଂ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ଚାଇନାରୁ ଏକ ଭଲ ଖବର ଆସିଛି। ଜାନୁଆରୀ ୧୧ରେ ଏଠାରେ କରୋନା ପ୍ରଥମ ମୁଣ୍ଡ ନେଇଥିଲା। ଏହାପରେ ସାରା ଦେଶରେ ଏହି ଭାଇରସ ମାଡ଼ି ଚାଲିଥିଲା।
ହେଲେ ପ୍ରଥମଥର ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ଚାଇନାରେ କେହି ବି ପ୍ରାଣ ହରାଇ ନଥିବା ସେଠାକାର ସରକାର ସ୍ପଷ୍ଟ କରିଛନ୍ତି। କିଛି ଦିନ ପୂର୍ବରୁ ଏଠାରେ ନୂଆ ଆଞ୍ଚଳିକ ରୋଗୀ ଚିହ୍ନଟ ହେଉ ନଥିଲେ। କେବଳ ବିଦେଶୀ ନାଗରିକ କରୋନା ଦ୍ୱାରା ଆକ୍ରାନ୍ତ ହେଉଥିବା କୁହାଯାଇଥିଲା। ଏହା ସତ୍ତ୍ୱେ ଚାଇନାରେ ପ୍ରତିଦିନ ୫ରୁ ୧୦ ଜଣ ପ୍ରାଣ ହରାଉଥିଲେ। ହେଲେ ସୋମବାର ଏଠାରେ କେହି ପ୍ରାଣ ହରାଇ ନାହାନ୍ତି। ଅର୍ଥାତ ସୋମବାର ଭଳି ମଙ୍ଗଳବାର ବି ଚାଇନାର କରୋନା ଜନିତ ମୃତ୍ୟୁସଂଖ୍ୟା ୩୩୩୧ରେ ରହିଛି।
ତେବେ ଗୋଟିଏ ସପ୍ତାହ ହେଲା ଚାଇନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସେଠାକାର ସରକାରଙ୍କ ଚିନ୍ତା ବଢ଼ିଛି। ପୁଣିଥରେ କରୋନା ଚାଇନାକୁ କମବ୍ୟାକ କରିଛି ବୋଲି ଆଶଙ୍କା ପ୍ରକାଶ ପାଇଛି। ଗତ ୨୪ ଘଣ୍ଟାରେ ପ୍ରାୟ ୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
from Odisha Reporter https://ift.tt/2yIxAWx
No comments:
Post a Comment