କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଳିର ୧୧ ଗାଁ ସିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଳିର ୧୧ ଗାଁ ସିଲ୍‌

କେନ୍ଦ୍ରପଡ଼ା(ମନୋଜ ସ୍ୱାଇଁ): ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ତେବେ ଗତକାଲି ରାତିରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କୁ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି। ଆକ୍ରାନ୍ତଙ୍କ ଗାଁର ୩ କିମି ଭିତରେ ଥିବା ୧୧ଟି ଗାଁକୁ ସିଲ୍ କରି ଦିଆଯାଇଛି।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ଆକ୍ରାନ୍ତଙ୍କ ଗାଁରେ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟ ସଂପର୍କରେ ବୁଝାଯିବ। ସଂପୃକ୍ତ ଅଞ୍ଚଳର କେହି ବାହାରକୁ ଯିବା ଆସିବା କରିପାରିବେନି। ଆକ୍ରାନ୍ତ ବ୍ୟକ୍ତି କ୍ୱାରେଣ୍ଟାଇନ୍‌ରେ ଥିବାରୁ କୌଣସି ଲୋକ ଆତଙ୍କିତ ନ ହେବାକୁ ଜିଲ୍ଲାପାଳ କହିଛନ୍ତି।

ତେବେ କେନ୍ଦ୍ରାପଡ଼ାରୁ ଚିହ୍ନଟ ହୋଇଥିବ କରୋନା ଆକ୍ରାନ୍ତଜଣଙ୍କ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିବା ଜଣାପଡ଼ିଛି। ଉକ୍ତ ଯୁବକଙ୍କ ବୟସ  ୩୨ ବର୍ଷ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ତେବେ ୪୦ ଜଣଙ୍କ ମଧ୍ୟ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।



from Odisha Reporter https://ift.tt/39QfrCW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages