ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ବଣାଇ ରେଞ୍ଜର ପିଠାଚୋର ଓ ବରଘାଟ ସମତେ ବିଭିନ୍ନ ଗାଁରେ ତିନି ଦିନ ହେଲାଣି ଏକ ଦନ୍ତା ହାତୀ ଉତ୍ପାତ କରୁଥିବା ବେଳେ ତାକୁ ଘଉଡ଼ାଇବା ଲାଗି ବନବିଭାଗ ନାକେଦମ୍ ହୋଇଗଲାଣି।
ହାତୀଟି ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ଘରଦ୍ୱାର ଭାଙ୍ଗି ଦେଉଛି ଓ ଘରେ ଥିବା ଧାନ ଖାଇ ଦେଉଛି। ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ହାତୀ ଉପଦ୍ରବ ଯୋଗୁ ସେମାନଙ୍କ ନିଦ ହଜିଯାଇଛି। ବନ ବିଭାଗ କର୍ମଚାରୀମାନେ ହାତୀଟିକୁ ଘଉଡ଼ାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ସଫଳ ହୋଇ ନାହାନ୍ତି। ହାତୀ ସେମାନଙ୍କୁ ବି ଆକ୍ରମଣ କରିବାକୁ ଦୌଡ଼ାଉଛି।
ଅନ୍ୟପକ୍ଷରେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଏହି ଦନ୍ତା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକେ।
from Odisha Reporter https://ift.tt/2KL6twG
No comments:
Post a Comment