ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ଆଉ ଜଣେ କରୋନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

ଷଷ୍ଠ କରୋନା ପଜିଟିଭ୍ ଜଣକ କଟକର ବୋଲି ଜଣାପଡ଼ିଛି।  ନିକଟରେ ସେ ଦିଲ୍ଲୀ ଗସ୍ତ କରିଥିଲେ ବୋଲି ଜଣାପଡ଼ିଛି। ତେବେ ତାଙ୍କ ବିଷୟରେ ସବିଶେଷ ତଥ୍ୟ ଜଣାପଡ଼ିନାହିଁ। ସେ କାହା କାହା ସହିତ ମିଶିଛନ୍ତି, ସେ ବିଷୟରେ ବି ଜଣାପଡ଼ିନି। ତେବେ ସେ ବହୁତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଅନ୍ୟ ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି। ଅନ୍ୟ ତିନି ଜଣଙ୍କର ଚିକିତ୍ସା ଚାଲିଛି।



from Odisha Reporter https://ift.tt/3dWNf4H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages