କଶ୍ମୀର ପ୍ରସଙ୍ଗରେ ଜାତିସଂଘ ଗଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

କଶ୍ମୀର ପ୍ରସଙ୍ଗରେ ଜାତିସଂଘ ଗଲା ପାକିସ୍ତାନ

ନୂଆଦିଲ୍ଲୀ: ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଶ୍ମୀର ପ୍ରସଙ୍ଗରେ ଏକ ଚିଠି ଜରିଆରେ ଜାତିସଂଘ ନିରାପତ୍ତା ପରିଷଦର ଦ୍ୱାରସ୍ଥ ହୋଇଛନ୍ତି। ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜମ୍ମୁ କଶ୍ମୀର ରି-ଅର୍ଗାନାଇଜେନ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହାକୁ ବିରୋଧ କରି ପାକିସ୍ତାନ ସରକାର ଜାତିସଂଘର ଦ୍ୱାରସ୍ଥ ହୋଇଛି। ମହାମାରୀ କରୋନା ଭାଇରସ ଉପରେ ସାରା ବିଶ୍ୱର ନଜର ରହିଛି। ଏଭଳି ସ୍ଥିତିରେ ଭାରତ ସରକାର ଜମ୍ମୁ କଶ୍ମୀର ରି-ଅର୍ଗାନାଇଜେସନ ବିଜ୍ଞପ୍ତି ପ୍ରକାଶ କରି ଜମ୍ମୁ କଶ୍ମୀରର ଡେମୋଗ୍ରାଫି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମଖଡୋମ୍ ଶାହ ମହମ୍ମୁଦ କ୍ୟୁରେଶୀ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଜଣେ ଅଫିସର କହିଛନ୍ତି, ପାକିସ୍ତାନର ଆବେଦନକୁ ନେଇ ଭାରତ ଆଗାମୀ ଦିନରେ ଠିକଣା ସମୟରେ ଜବାବ ଦେବ। ଇମ୍ରାନ୍ ଖାନ୍ କଶ୍ମୀର ପ୍ରସଙ୍ଗରେ ଜାତିସଂଘର ଦ୍ୱାରସ୍ଥ ହେବା ସହିତ କରୋନା ମହାମାରୀର ପ୍ରଭାବରେ ପାକିସ୍ତାନକୁ ଉଦ୍ଧାର କରିବା ପାଇଁ ଅନ୍ତର୍ଜାତୀୟ କମ୍ୟୁନିଟିକୁ ଏକ ଭିଡିଓ ଜରିଆରେ ଅପିଲ୍ କରିଛନ୍ତି।

ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଜୋଶ ସିଙ୍ଗରଙ୍କୁ ଏଭଳି ଚିଠି ଲେଖିବା ପୂର୍ବରୁ ଇମ୍ରାନ ଖାନ୍ ଏପ୍ରିଲ ୨ରେ ଏ ସଂକ୍ରାନ୍ତରେ ଏକ ଟୁଇଟ୍ କରିଥିଲେ, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଜନସଂଖ୍ୟାରେ ପରିବର୍ତ୍ତନ ପାଇଁ ଗୋଟିଏ ଷଡ଼ଯନ୍ତ୍ର। ସମସ୍ତ ନିୟମକୁ ଉଲ୍ଲଂଘନ କରି ମୋଦି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଭଳି ନିଷ୍ପତ୍ତି ୨୦୨୦ରେ ହେବାକୁ ଥିବା ଚତୁର୍ଥ ଜେନେଭା ସମ୍ମିଳନୀକୁ ଉଲ୍ଲଂଘନ କରୁଛି। ହିନ୍ଦୁଙ୍କ ଶ୍ରେଷ୍ଠ ସରକାର ମୋଦି ସରକାରଙ୍କ ଏଭଳି ନିଷ୍ପତ୍ତିତୁ ପାକିସ୍ତାନ ନିନ୍ଦା କରୁଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ କ୍ୟୁରେଶୀ ସୀମାରେ ଭାରତ ଅସ୍ତ୍ରିବିରତ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ଆଣିଛନ୍ତି। ଡିସେମ୍ୱର ୨୦୧୯ରୁ ଏଯାବତ ଭାରତ ୭୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଭାରତ ମଧ୍ୟ କହିଛି ପାକିସ୍ତାନ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୧୨୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୭ରେ କେନ୍ଦ୍ର ସରକାର ଜମ୍ମୁ କଶ୍ନୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାପରେ ଇମ୍ରାନ୍ ସରକାର ଭାରତ ବିରୋଧରେ ଅନେକ ମଞ୍ଚରେ ଅଭିଯୋଗ କରିଛନ୍ତି। ହେଲେ ଏହା ଖାରଜ ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ଇମ୍ରାନ୍ କହିଥିଲେ ଭାରତର ପଦକ୍ଷେପ ବିରୋଧରେ ଲଢ଼େଇ କରି ସେ ନିରାଶ ହୋଇଛନ୍ତି।



from Odisha Reporter https://ift.tt/34ucB5w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages