କରୋନା ଭାଇରସକୁ ନେଇ ରିଲିଜ୍ ହେଲା ଅଜୟଙ୍କ ଗୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

କରୋନା ଭାଇରସକୁ ନେଇ ରିଲିଜ୍ ହେଲା ଅଜୟଙ୍କ ଗୀତ

ମୁମ୍ବାଇ: ସାରା ବିଶ୍ୱ ଏବେ କରୋନା ବିରୋଧରେ ଯୁଦ୍ଧ ଚଲାଇଛି। ଭାରତ ସରକାର ମଧ୍ୟ କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରୁଛନ୍ତି। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କୁ ସଚେତନ କରାଉଛନ୍ତି। ଆଉ ଏହି କ୍ରମରେ ଅଭିନେତା ଅଜୟ ଦେବଗନ୍ ଏକ ଗୀତ ରିଲିଜ୍ କରିଛନ୍ତି, ଯେଉଁଥିରେ ରହିଛି ସଚେତନତା ବାର୍ତ୍ତା।

ଅଜୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓର ଲିଙ୍କ୍ ଶେଆର୍ କରିଛନ୍ତି। ଏହି ଭିଡିଓଟି ସେ କରୋନା ଭାଇରସକୁ ନେଇ ତିଆରି କରିଛନ୍ତି। ଏହାକୁ ଶେଆର୍ କରି ସେ ଲେଖିଛନ୍ତି- ଅପେକ୍ଷା କର, ଦେଖ ଏବଂ ପ୍ରାର୍ଥନା କର… ଆମେ ଏକାଠି ଏହି ଝଡ଼ର ସାମ୍ନା କରିବା। ନିରାପଦ ରହିବା ଓ ଖୁସି ରହିବା… ନିଜ ଲୋକଙ୍କ ପାଇଁ #ThaharJa।

ଅଜୟ ଦେବଗନଙ୍କ ଏହି ଗୀତର ନାମ ହେଉଛି ‘ଠହର ଜା’। ଏହି ଗୀତ ଲକ୍‌ଡାଉନ୍‌ରେ ଲୋକଙ୍କୁ ନିଜ ପରିବାର ସହିତ ଘରେ ରହିବାକୁ ପ୍ରୋତ୍ସାହିତ କରୁଛି। ଗୀତଟିର ବିଶେଷତ୍ତ୍ୱ ହେଉଛି ଅଜୟ ଏହାର ସଂପୂର୍ଣ୍ଣ ଶୁଟିଂ ନିଜ ଘରେ ହିଁ କରିଛନ୍ତି। ଏହି ଗୀତରେ ଅନେକ ଭାବପ୍ରବଣ କ୍ଲିପ୍ ଦେଖାଯାଇଛି। ଗୀତଟିକୁ ସୋଶାଲ୍ ମିଡିଆରେ ବେଶ୍ ପସନ୍ଦ କରାଯାଉଛି। ଲୋକଙ୍କୁ ସଚେତନ କରିବା ପାଇଁ ଅଜୟଙ୍କ ଏହି ଉଦ୍ୟମକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ଓ ପ୍ରଶଂସାରେ ପୋତି ପକାଇଛନ୍ତି।

 



from Odisha Reporter https://ift.tt/2VD1pR4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages