ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ?

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ସାରା ଦେଶରେ ସ୍କୁଲ୍, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏମିତିକି ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ପ୍ରଶିକ୍ଷିଣ ଶିବିର ମଧ୍ୟ ବନ୍ଦ ରହିଛି। ଆଗକୁ ୟୁପିଏସସିର ଇଣ୍ଟରଭ୍ୟୁ ଏବଂ ପର୍ସନାଲଟି ଟେଷ୍ଟ ରହିଛି। ଏହି ପରୀକ୍ଷାର ତାରିଖ ଘୁଞ୍ଚାଇ ଦିଆଯାଇଛି। ହେଲେ ଆଗାମୀ ମାସରେ ହେବାକୁ ଥିବା ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିଲା।

ରବିବାର କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସରକାରୀ କର୍ମଚାରୀଙ୍କ ଅବସର ବାବଦରେ ଥିବା କନଫ୍ୟୁଜନ ଦୂର କରିବା ବେଳେ ୟୁପିଏସସି ପରୀକ୍ଷା ବାବଦରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ମେ’ ୩ ପରେ ୟୁପିଏସସି ପରୀକ୍ଷା ହେବ।

ସୂଚନାଯୋଗ୍ୟ, ମେ ୩୧, ୨୦୨୦ରେ ୟୁପିଏସସି ପରୀକ୍ଷା ହେବ ବୋଲି ନିର୍ଦ୍ଧାରିତ ହୋଇଛି। ଏହା ପୂର୍ବରୁ ୧୬ ଏପ୍ରିଲରେ ୟୁପିଏସସି ସ୍ପଷ୍ଟ କରିଥିଲା ଯେ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ଘୁଞ୍ଚାଇବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଯଦି ନିଷ୍ପତ୍ତି ନିଆଯିବ ତା’ହେଲେ ଏ ନେଇ ସରକାରୀ ଭାବରେ ଘୋଷଣା କରାଯିବ।

କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଦେଶ ଏବେ ଲକଡାଉନ୍ ରହିଛି। ମାର୍ଚ୍ଚ ୨୪ ପରଠାରୁ ଦେଶ ଲକଡାଉନ୍ ରହିଛି। ଏହାର ଅବଧି ମେ’ ୩ରେ ଶେଷ ହେଉଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲକଡାଉନ ଅବଧି ବଢ଼ିବ କି କିଛି ସର୍ତ୍ତମୂଳକ କଟକଣା ସହିତ ଲକଡାଉନ୍ ଅବଧି ହଟାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।



from Odisha Reporter https://ift.tt/3eV4KTi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages