ଯାଜପୁର ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 14, 2020

ଯାଜପୁର ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଯାଜପୁର (ଗୁଲାମ ଗସ): ରାଜ୍ୟର ୫୬ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି। ଏହା ସହିତ ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଅବଶ୍ୟ ପ୍ରଥମ ଆକ୍ରାନ୍ତ ଜଣଙ୍କ ସୁସ୍ଥ ହୋଇସାରିଛନ୍ତି।

ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ଘର ସାନତ୍ରିଲୋଚନପୁର ଅଞ୍ଚଳରେ। ସେ ଗତମାସରେ କୋଲକାତାରୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ଗତକାଲି ତାଙ୍କ ନମୁନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ କଟକର ଅଶ୍ୱିନୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ପ୍ରଶାସନ ସାନତ୍ରିଲୋଚନପୁର ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛି। ତା’ସହିତ ସଇରପୁରର ଆଂଶିକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇ ସଂପୃକ୍ତ ବ୍ୟକ୍ତି ଆଉ କାହା କାହା ସଂସ୍ପର୍ଶରେ ଆସିଥିଲେ, ତାହା ଜାଣିବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଛି।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ସଂପୃକ୍ତ କରୋନା ପଜିଟିଭ୍ ବ୍ୟକ୍ତି ଆଠ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି କହିଛନ୍ତି। ଏହା ପରେ ଉକ୍ତ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତା’ସହିତ ପ୍ରଶାସନ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜାରି ରଖିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ ଏବେ ସୁସ୍ଥ ଅଛନ୍ତି। ତା’ସହିତ ବ୍ରହ୍ମବରଦା ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ୍ କଟକଣା ବି ହଟିଯାଇଛି। ସେହିପରି ଗତକାଲି ଠାରୁ ପୂରା ଜିଲ୍ଲାରେ ଆଉ କିଛି ଅତ୍ୟାବଶ୍ୟକ ଦୋକାନ, ଯେପରିକି- ଗ୍ୟାରେଜ୍, ସାଇକେଲ୍ ମରାମତି ଦୋକାନ, ବହି ଦୋକାନ ଓ ବିଦ୍ୟୁତ୍ ଉପକରଣ ମିଳୁଥିବା ଦୋକାନକୁ ସକାଳ ୬ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରଖିବାକୁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି।



from Odisha Reporter https://ift.tt/2V6bgid

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages