ନିଜର ଟ୍ୱିଟର ପ୍ରୋଫାଇଲ ଫଟୋ ବଦଳାଇଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 14, 2020

ନିଜର ଟ୍ୱିଟର ପ୍ରୋଫାଇଲ ଫଟୋ ବଦଳାଇଲେ ମୋଦି

ନୂଆଦିଲ୍ଲୀ: କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର୍‌ର ପ୍ରୋଫାଇଲ ଫଟୋ ବଦଳାଇଛନ୍ତି। ଦେଶବାସୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମ୍ପର୍କରେ ସୂଚନା ଦେବା ପରେ ସେ ନିଜ ପ୍ରୋଫାଇଲରେ ମୁହଁ ଘୋଡ଼ା ଏକ ଫଟୋ ଦେଇଛନ୍ତି। ଏହି ଫଟୋରେ ମୋଦି ନିଜର ନାକ ଓ ପାଟିକୁ ଘୋଡ଼ାଇ ରଖିଛନ୍ତି। ହେଲେ ଏଥିପାଇଁ ସେ କୌଣସି ମାସ୍କର ବ୍ୟବହାର କରିନାହାନ୍ତି। ବରଂ ନିଜ ଉତ୍ତରୀୟ ଦ୍ୱାରା ହିଁ ସେ ଏହାକୁ ଘୋଡ଼ାଇ ରଖିଛନ୍ତି।

ଆଜି ନିଜର ଉଦବୋଧନ ଆରମ୍ଭ କରିବା ପୂର୍ବରୁ ସେ ଏଭଳି ଭାବେ ଉତ୍ତରୀୟ ଦ୍ୱାରା ମୁହଁକୁ ଘୋଡ଼ାଇଥିଲେ। ସମ୍ବୋଧନ ବେଳେ ଦେଇଥିବା ସପ୍ତପଦୀ ମନ୍ତ୍ରରେ ବି ମୋଦି ମାସ୍କର ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଘର ତିଆରୀ ମାସ୍କ ବ୍ୟବହାର କରିବାକୁ ସେ ଲୋକଙ୍କୁ କହିଛନ୍ତି।

ଦେଶବାସୀଙ୍କୁ ଅଧିକ ସତର୍କ ଓ ସଚେତନ କରିବା ପାଇଁ ମୋଦି ନିଜେ ମଧ୍ୟ ପ୍ରୋଫାଇଲ ଫଟୋକୁ ବଦଳାଇ ନାକ ଓ ପାଟିକୁ ଘୋଡ଼ାଇ ରଖିଛନ୍ତି। କେବଳ ମୁହଁରେ ମାସ୍କ ନୁହେଁ, ବରଂ ନିୟମିତ ହାତ ଧୋଇବା ଓ ସାମଜିକ ଦୂରତା ଦ୍ୱାରା ଆମେ କୋଭିଡ-୧୯ର ସଂକ୍ରମଣ ଚେନକୁ ବ୍ରେକ କରିପାରିବା ବୋଲି ମଧ୍ୟ ମୋଦି କହିଛନ୍ତି।

ଗତ ସପ୍ତାହରେ ମୋଦି ଦେଶର ବିଭିନ୍ନ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ବି ସେ ଧଳା ରଙ୍ଗର ମାସ୍କ ପିନ୍ଧିଥିଲେ।



from Odisha Reporter https://ift.tt/2V7gL0c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages