ଅହମଦାବାଦ: ମହାମାରୀ କରୋନା ଭାଇରସ ଗୁଜରାଟରେ ଜଣଙ୍କର ମୁଣ୍ଡ ନେଇଛି। ଏଠାରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ନିକଟରେ ଶ୍ରୀଲଙ୍କା ଗସ୍ତରୁ ଫେରିଥିଲେ।
ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରର ଅନ୍ୟ ୪ ଜଣଙ୍କ ଶରୀରରେ ବି କୋଭିଡ-୧୯ ଭୂତାଣୁ ଠାବ ହୋଇଛି।
from Odisha Reporter https://ift.tt/3bKqTBj
No comments:
Post a Comment