ଜୁମ୍ ଆପରେ ପାଠ ପଢ଼ିବା ବେଳେ ଚାଲିଲା ପର୍ଣ୍ଣ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ଜୁମ୍ ଆପରେ ପାଠ ପଢ଼ିବା ବେଳେ ଚାଲିଲା ପର୍ଣ୍ଣ ଭିଡିଓ

ନୂଆଦିଲ୍ଲୀ: ଜୁମ୍ ଆପକୁ ନେଇ ବିପଦ ବଢ଼ିଚାଲିଛି। ଭାରତ ସରକାର ଏହି ଭିଡିଓ କନଫରେନସିଂ ଆପ୍ ଉପରେ କଟକଣା ଲଗାଇବା ପରେ ଦେଶରେ ଜୁମ୍ ଆପକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ଚଣ୍ଡିଗଡରେ ଗୋଟିଏ ସ୍କୁଲକ ଛାତ୍ରଛାତ୍ରୀ ମିଳିତ ଭାବରେ ଭିଡିଓ କନଫରେନସିଂ ଜରିଆରେ ସାଇନ୍ସ ପଢ଼ୁଥିଲେ। ଏହି ସମୟରେ ହଠାତ୍ ସ୍କ୍ରିନରେ ପର୍ଣ୍ଣ ଭିଡିଓ ଚାଲିଥିବା ଅଭିଯୋଗ ହୋଇଛି। ଟେକ୍ନୋଲଜି ଭାଷାରେ ଏହା ହ୍ୟାକାରଙ୍କ କାମ। ଏପରି କାମ ଚୋରି, ହତ୍ୟା ଆଦି ମାମଲା ସହିତ ସମାନ।

୧୮ ଏପ୍ରିଲରେ ଏଭଳି ହୋଇଥିବା ଅଭିଯୋଗ ହୋଇଛି। ଚଣ୍ଡିଗଡ଼ର ଏହି ସ୍କୁଲରେ ଜୁମ୍ ଆପ ଜରିଆରେ ସ୍କୁଲର ଶିକ୍ଷକ ଅନଲାଇନ୍ ଜରିଆରେ ୧୦ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅଡିଓ-ଭିଡିଓ ମାଧ୍ୟମରେ ବିଜ୍ଞାନ ପଢ଼ାଉଥିଲେ। ରିପ୍ରଡକ୍ସନ ଉପରେ ଶିକ୍ଷକ ଜଣଙ୍କ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ବେଳେ ହଠାତ୍ ସ୍କିନରେ ପର୍ଣ୍ଣ ଭିଡିଓ ଚାଲିଥିଲା। ଏହି ସମୟରେ ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି।
ଜୁମ୍ ଆପ୍ ବାବଦରେ ସୃପୃକ୍ତ ଶିକ୍ଷକଙ୍କର ସେତେଟା ଅବଗତ ନଥିଲେ। ତେଣୁ ପାଞ୍ଚ ମିନିଟରୁ ଅଧିକ ସମୟ ଧରି ପର୍ଣ୍ଣ ଭିଡିଓ ଚାଲିଥିବା ଜଣାପଡ଼ିଛି। ପ୍ରାଥମିକ ଭାବରେ ସ୍କୁଲର ମ୍ୟାନେଜମେଣ୍ଟ ଭାବିଥିଲେ ଏହା ସ୍କୁଲ ଛାତ୍ରଛାତ୍ରୀଙ୍କ କାମ ହୋଇଥିବ। ହେଲେ ସ୍କୁଲର ପରିଚାଳନା ବୋର୍ଡ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ସାଇବର ପୁଲିସ ଆସି ତଦନ୍ତ କରିଥିଲା। ଏହାପରେ ଜଣାପଡ଼ିଥିଲା ଏଭଳି କାମ ହ୍ୟାକରଙ୍କର।

ସୂଚନାଯୋଗ୍ୟ, ଏହା ପୂର୍ବରୁ ରବିବାର ସମାନ ଅଭିଯୋଗ ଆସିଥିଲା ଗୁଜରାଟରୁ। ଜୁମ୍ ଆପରେ ଭିଡିଓ କନଫରେନସିଂ ଜରିଆରେ ପାଠ ପଢ଼ୁଥିବା ବେଳେ ସ୍କ୍ରିନରେ ଅଶ୍ଳୀଳ ଭିଡିଓ ଚାଲିଥିବା ଅଭିଯୋଗ କରିଥିଲେ ଗୁଜରାଟ ଅହମଦାବାଦର ଜଣେ ଛାତ୍ରୀ। ସେ ଗୁଜରାଟର ନିର୍ମା ବିଶ୍ୱବିଦ୍ୟାଳୟର ଛାତ୍ରୀ।

ଏ ନେଇ ସେ ଜାତୀୟ ମହିଳା ଆୟୋଗଙ୍କ ନିକଟରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ। ଏହାପରେ ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି ମହିଳା କମିଶନ। ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଗୁଜରାଟ ପୁଲିସକୁ ନିର୍ଦ୍ଦେଶ ଦେଇଛି ମହିଳା କମିଶନ ଆୟୋଗ।



from Odisha Reporter https://ift.tt/3cv3Rii

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages