ଇଟାଲୀରେ ପୁଣି ବଢ଼ିଲା ମୃତ୍ୟୁସଂଖ୍ୟା, ଗଲାଣି ୧୬ ହଜାରରୁ ଅଧିକ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଇଟାଲୀରେ ପୁଣି ବଢ଼ିଲା ମୃତ୍ୟୁସଂଖ୍ୟା, ଗଲାଣି ୧୬ ହଜାରରୁ ଅଧିକ ଜୀବନ

ରୋମ: ଗୋଟିଏ ଦିନର ବ୍ୟବଧାନ ପରେ ଇଟାଲୀରେ ପୁଣିଥରେ କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଏଠାରେ ୬୩୬ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬,୫୨୩ରେ ପହଞ୍ଚି ଯାଇଛି। ରବିବାର ଇଟାଲୀରେ କରୋନା ଯୋଗୁ ୫୨୫ ଜଣଙ୍କ ମୃତ୍ୟୁ ଘଟିଥିଲା। ହେଲେ ୨୪ ଘଣ୍ଟା ମଧ୍ୟରେ ଏହାଠାରୁ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଫେବୃଆରୀ ୨୧ରେ ଇଟାଲୀରେ ପ୍ରଥମ କରୋନା ଜନିତ ମୃତ୍ୟୁ ଘଟଣା ସାମ୍ନା ଆସିଥିଲା। ଏହାପରେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଇଟାଲୀରେ ବିଶ୍ୱର ସର୍ବାଧିକ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଅର୍ଥାତ କରୋନା ମୃତ୍ୟୁସଂଖ୍ୟା ତାଲିକାର ୧ ନଂ ସ୍ଥାନରେ ଏହି ୟୁରୋପୀୟ ଦେଶ ରହିଛି।

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩,୫୯୯ଟି ନୂଆ କରୋନା ଜନିତ ମାମଲା ସାମ୍ନାକୁ ଆସିଛି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୨,୫୪୭ ଛୁଇଁଛି। ମାର୍ଚ୍ଚ ୧୭ ପରେ କେବେ ହେଲେ ଏତେ କମ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସି ନଥିଲା। ରୋଗୀ ସଂଖ୍ୟା କମିଥିବାରୁ ଇଟାଲୀବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।

ମାର୍ଚ୍ଚ ୯ରେ ଇଟାଲୀ ସରକାର ଦେଶବ୍ୟାପି ଲକଡାଉନ ଘୋଷଣା କରିଥିଲେ। ସେବେଠାରୁ ଲୋକମାନେ ଘରେ ରହିଛନ୍ତି। ହେଲେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା। ଆକ୍ରାନ୍ତଙ୍କ ମଧ୍ୟରୁ ୨୨, ୮୩୭ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୩,୮୯୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।



from Odisha Reporter https://ift.tt/3eaEt34

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages