ସୋର ଓ ଖଇରା ବ୍ଲକ୍‌ର ୮ ଗାଁ କଣ୍ଟେନମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ସୋର ଓ ଖଇରା ବ୍ଲକ୍‌ର ୮ ଗାଁ କଣ୍ଟେନମେଣ୍ଟ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଜିଲ୍ଲାରେ ୩ କରୋନା ପଜିଟିଭ୍ ଚିହ୍ନଟ  ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।

ଜିଲ୍ଲାର ସୋର ବ୍ଲକର ତଳନଗରରୁ ୨  ଏବଂ ଖଇରା ବ୍ଲକ  ଅନ୍ତରା ଗାଁରେ ଜଣେ ପଜିଟିଭ୍ ଗତକାଲି ଚିହ୍ନଟ ହୋଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତିରେ  ତଳନଗର ପଞ୍ଚାୟତର ୫ଟି ଗାଁ ଏବଂ ସବିରା ପଞ୍ଚାୟତର ଗୋଟିଏ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା।  ଏହିସବୁ ଗାଁର ସାତଟି ସ୍ଥାନର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି।

ସେହିପରି ଖଇରା ବ୍ଲକ ଅନ୍ତରା ପଞ୍ଚାୟତର ଦୁଇଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହାସହ ୧୦ଟି ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି। ଏହିସବୁ ଅଞ୍ଚଳକୁ ମେ’ ୬ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି।



from Odisha Reporter https://ift.tt/2xkTgrj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages