ଖାକି ପୋଷାକ ତଳେ ବି ରହିଛି ଦରଦୀ ହୃଦୟ; ନିଜ ଖାଦ୍ୟକୁ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ ମହିଳା ଅଧିକାରୀ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଖାକି ପୋଷାକ ତଳେ ବି ରହିଛି ଦରଦୀ ହୃଦୟ; ନିଜ ଖାଦ୍ୟକୁ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ ମହିଳା ଅଧିକାରୀ  

ମାଲକାନଗିରି(ସନ୍ତୋଷ ନାଗ): ପୁଲିସ ନାଁ ଶୁଣିଲେ ସାଧାରଣ ଲୋକଙ୍କ ମନରେ ଟିକେ ଛନକା ପଶିଯାଏ।  କିନ୍ତୁ ଖାକି ପୋଷାକ ପଛରେ ବି ଏକ ଦରଦୀ ହୃଦୟ ଥାଏ ତାହା କମ୍‌ ଲୋକଙ୍କୁ ଜଣା । ଏପରି ଜଣେ ମହିଳା ପୁଲିସ ଅଫିସରଙ୍କ ମାନବିକତା ହେତୁ ଏବେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।  ସେ ହେଉଛନ୍ତି ଏସ୍‌ଆଇ  ଶୁଭଶ୍ରୀ ନାୟକ।

ଲକ୍‌ଡାଉନ୍ ସମୟରେ ଧୁ ଧୁ ଖରାରେ ଏବେ ଏହି ମହିଳା ଅଫିସର ଜଣକ ମାଲକାନଗିରି ଜିଲ୍ଲାର ପଦ୍ମଗିରି ଛକ ନିକଟରେ ଡ୍ୟୁଟି କରୁଛନ୍ତି। ଛତିଶଗଡ଼ ଅଞ୍ଚଳରୁ କାଳେ ମାଲକାନଗିରିକୁ ଲୋକେ ପଶି ଆସିବେ ତେଣୁ ଏଠାରେ ଏସ୍‌ଆଇ  ଶୁଭଶ୍ରୀ ନାୟକଙ୍କ ସହ କିଛି  ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଗତକାଲି ଦ୍ୱିପହରରେ ଶୁଭଶ୍ରୀ ଖାଇବାକୁ ଯାଉଥିବା  ସମୟରେ ଜଣେ ଅସହାୟ ବୃଦ୍ଧା  ଚାଲି ଚାଲି ଯାଉଥିବା ଦେଖିବାକୁ ପାଇଲେ । ଏହା ଦେଖି ସେ ବୃଦ୍ଧାଙ୍କୁ  ଖାଦ୍ୟ ଖାଇଥିବା କଥା ପଚାରି ବୁଝିଥିଲେ। ହେଲେ ବୃଦ୍ଧା ଜଣକ କିଛି ଖାଇ ନଥିବା କହିଥିଲେ। ଏହାଦେଖି ଶୁଭଶ୍ରୀଙ୍କ ମନ ବିଚଳିତ ହୋଇଯିବାରୁ  ତୁରନ୍ତ  ସେ  ନିଜ ଖାଦ୍ୟରୁ ତାଙ୍କୁ  ଦେଇଥିଲେ। ତେବେ ବୃଦ୍ଧା ଜଣକ ନିଜେ ଖାଇ ନପାରିବାରୁ ସେ ନିଜ ହାତରେ ବୃଦ୍ଧାଙ୍କୁ ଖାଦ୍ୟ ଖୁଆଇ ଦେଇଥିଲେ।  ଏହି ଖବର ପ୍ରଚାର ହେବା ପରେ ଏସ୍‌ଆଇ ଶୁଭଶ୍ରୀଙ୍କୁ  ବିଭିନ୍ନ  ମହଲରୁ  ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରାଯାଇଛି।

 

 



from Odisha Reporter https://ift.tt/39QoP9o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages