ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ କାଲୋସିହିରିଆ ନିକଟରେ ଥିବା ପୋଲ ତଳୁ ସାଇକେଲ ସହିତ
ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପଲଟନ୍ ମିଞ୍ଜ। ତାଙ୍କୁ ୫୨ବର୍ଷ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ପଲଟନ୍ ଆଳୁ ବ୍ୟବସାୟ କରନ୍ତି। ସାଇକେଲରେ ଆଳୁ ନେଇ ଗାଁ ଗାଁ ବିକ୍ରି କରନ୍ତି। ରବିବାର ସନ୍ଧ୍ୟାରେ ପଲଟନ୍ ଆଳୁ ବିକ୍ରି କରିବା ପାଇଁ ଘରୁ ବାହାରି ପଡ଼ିଥିଲେ। ହେଲେ ରାତିରେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରି ମଧ୍ୟ ପାଇନଥିଲେ । ଗତକାଲି ତାଙ୍କ ମୃତଦେହ ପୋଲ ତଳୁ ଉଦ୍ଧାର କରାଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଏକ ଅଜଣା ଗାଡି ଧକ୍କାରେ ପଲ୍ଟନ୍ଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
from Odisha Reporter https://ift.tt/2JHR3Zl
No comments:
Post a Comment