ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀର କ୍ୟାନସର ହସ୍ପିଟାଲର ପୁଣି ଜଣେ ଡାକ୍ତର ଓ ୧୧ ଜଣ ନର୍ସଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଗତ ସପ୍ତାହରେ ଏଠାରେ ପ୍ରଥମେ ଜଣେ ଡାକ୍ତରଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିବାରୁ ଏହାକୁ ବନ୍ଦ କରାଯାଇଥିଲା। ଏହାର କିଛି ଦିନ ପରେ ଏଠାରେ କାର୍ଯ୍ୟରତ ଆଉ ୬ ଜଣ ନର୍ସଙ୍କ ଶରୀରରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ତେଣୁ ଏହି ହସ୍ପିଟାଲରେ କାର୍ଯ୍ୟରତ ୧୯ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେଲାଣି।
ସେହିପରି ଏଠାରେ ଚିକିତ୍ସିତ ହେଉଥିବା ୧୯ ଜଣ ରୋଗୀଙ୍କ ରକ୍ତ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ଗତ ସପ୍ତାହରେ ଜଣେ ଡାକ୍ତରଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ଏହାର ଓପିଡି, ଅଫିସ ଓ ଲ୍ୟାବକୁ ବନ୍ଦ କରି ଦିଆଯାଇଥିଲା। କରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ପରିବାର ଲୋକ ନିକଟରେ ବିଦେଶରୁ ଫେରିଥିଲେ। ତେଣୁ ସେମାନଙ୍କ ଠାରୁ ଡାକ୍ତର ଜଣଙ୍କ ସଂକ୍ରମିତ ହୋଇଥିବା କୁହାଯାଉଛି।
ଏହାପରେ ଅନ୍ୟ ଡାକ୍ତର ଓ ନର୍ସମାନେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ସେ କହିଛନ୍ତି, ଡାକ୍ତର ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଏଠାରେ କାର୍ଯ୍ୟରତ ୪୫ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ କରୋନା କେମିତି ଏତେ ଜଣଙ୍କୁ ସଂକ୍ରମିତ କଲା, ତା’ର ତଦନ୍ତ କରୁଛନ୍ତି।
from Odisha Reporter https://ift.tt/2RjoHsJ
No comments:
Post a Comment