କରୋନା: ଦେଶରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୬୮, କେଉଁ ରାଜ୍ୟରେ କେତେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 4, 2020

କରୋନା: ଦେଶରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୬୮, କେଉଁ ରାଜ୍ୟରେ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଶନିବାର ଅପରାହ୍ନ ସୁଦ୍ଧା ଦେଶରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୬୮ ଛୁଇଁଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦୨କୁ ବୃଦ୍ଧି ପାଇଛି। ଏଥିମଧ୍ୟରେ ୫୫ ବିଦେଶୀ ନାଗରିକ ରହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୨,୬୫୦ ଥିବାବେଳେ ୧୮୩ ଜଣ ଲୋକ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ଶନିବାର ସକାଳୁ ଅପରାହ୍ନ ମଧ୍ୟରେ ମୋଟ୍ ୬ ଜଣଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଛି। ୬ ଜଣଙ୍କ ମଧ୍ୟରୁ ତିନି ଜଣ ମହାରାଷ୍ଟ୍ରରୁ, ଦୁଇଜଣ ଦିଲ୍ଲୀ ଏବଂ ଜଣେ ଗୁଜୁରାଟରୁ। ମହାରାଷ୍ଟ୍ର ଏପର୍ଯ୍ୟନ୍ତ ସର୍ବାଧିକ ମୃତ୍ୟୁ (୧୯) ଜଣଙ୍କର ମୃତ୍ୟୁ ଘଟିଛି, ଗୁଜୁରାଟରେ (୯), ତେଲେଙ୍ଗାନା (୭), ମଧ୍ୟପ୍ରଦେଶ (୬), ଦିଲ୍ଲୀ (୬), ପଞ୍ଜାବ (୫), କର୍ଣ୍ଣାଟକ (୩), ପଶ୍ଚିମବଙ୍ଗ (୩) , ଜାମ୍ମୁ କାଶ୍ମୀର (୨), ଉତ୍ତରପ୍ରଦେଶ (୨) ଏବଂ କେରଳ (୨))। ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ବିହାର ଏବଂ ହିମାଚଳ ପ୍ରଦେଶରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ମହାମାରୀର ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରୁ ୪୨୩ ଥିବା ବେଳେ ତାମିଲନାଡୁରେ ୪୧୧, ଦିଲ୍ଲୀରେ ୩୮୬, କେରଳରେ ୨୯୫, ରାଜସ୍ଥାନରେ ୧୭୯ ଏବଂ ଉତ୍ତରପ୍ରଦେଶରେ ୧୭୪, ଆନ୍ଧ୍ରପ୍ରଦେଶରେ ମାମଲା ୧୬୧, ତେଲେଙ୍ଗାନାରେ ୧୫୮, କର୍ଣ୍ଣାଟକରେ ୧୨୮, ମଧ୍ୟପ୍ରଦେଶରେ ୧୦୪, ଗୁଜୁରାଟରେ ୯୫ ଓ ଜମ୍ମୁ-କଶ୍ମୀରରେ ୭୫ ଜଣ ଆକ୍ରାନ୍ତ ରହିଛନ୍ତି।

ସେହିପରି ପଶ୍ଚିମବଙ୍ଗରେ ୬୩, ପଞ୍ଜାବରେ ୫୩ ହରିୟାଣାରେ ୪୯, ବିହାରରେ ୨୯, ଆସାମରେ ୨୪, ଓଡ଼ିଶାରେ ୨୦, ଚଣ୍ଡିଗଡ଼ ୧୮, ଉତ୍ତରାଖଣ୍ଡ ୧୬ ଏବଂ ଲଦାଖରେ ଏପର୍ଯ୍ୟନ୍ତ ୧୪ ଜଣ ଆକ୍ରାନ୍ତ ହୋଇଛନ୍ତି।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ୧୦ଟି ମାମଲା ରୁଜୁ ହୋଇଛି। ଛତିଶଗଡରେ ଏପର୍ଯ୍ୟନ୍ତ ୯ ଜଣ ପଜିଟିଭ ରୋଗୀ ଅଛନ୍ତି। ଗୋଆ ଏବଂ ହିମାଚଳ ପ୍ରଦେଶରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟ ରହିଛି। ଝାଡଖଣ୍ଡ ଏବଂ ମଣିପୁର ପ୍ରତ୍ୟେକ ଦୁଇଟି ମାମଲା ରିପୋର୍ଟ କରିଥିବାବେଳେ ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶରେ ଜଣେ ଲେଖାଁଏ ଆକ୍ରାନ୍ତ ରହିଥିବା ସୂଚନା ରହିଛି।



from Odisha Reporter https://ift.tt/3aFPkQo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages