ବଜ୍ରପାତରେ ୨ ମୃତ, ୪ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

ବଜ୍ରପାତରେ ୨ ମୃତ, ୪ ଗୁରୁତର

ବାସୁଦେବପୁର/ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ଓ ବଜ୍ରପାତ ହେବା ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ଭଦ୍ରକ ଜିଲ୍ଲା କଷିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିନୋବାଭାବେ ନଗରରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।  ମୃତକଦ୍ୱୟ ହେଲେ ବିଷ୍ଣୁପଦ ବିଶ୍ୱାସ(୪୫) ଓ ମହୁମିତା ହୋତା (୨୭)।

ଗତକାଲି ସନ୍ଧ୍ୟାରେ ବିଷ୍ଣୁପଦ ବିଲରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ସେହି ଗାଁର ମହୁମିତା ଗୁହାଳରେ ଗାଈ ବାନ୍ଧୁଥିବା ବେଳେ ବଜ୍ରପାତ ହେବାରୁ  ତାଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ନାୟକାଣିଡିହି ଥାନା ଅନ୍ତର୍ଗତ କରଞ୍ଜଆଡିଆ ଗାଁର ରଘୁନାଥ ତରାଇ(୫୫) ବଜ୍ରପାତରେ ଆହତ ହୋଇଛନ୍ତି। ସେ ଘରେ ଥିବା ବେଳେ ବଜ୍ରପାତ ଶିକାର ହୋଇଥିଲେ। ତାଙ୍କ ଶରୀର ଆଶିଂକ ଭାବେ ପୋଡ଼ିଯାଇଛି।

କାଳ ବୈଶାଖୀର ପ୍ରଭାବରେ ନୂଆପଡା ଜିଲ୍ଲା କୋମନା ଅଞ୍ଚଳରେ ଝଡ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବଜ୍ରପାତରେ ବିଲେଇ ଅଞ୍ଚର ଗାଁର ଶରତ ଭୋଇ ଓ ନୀରନ ଭୋଇ ଏବଂ ବଘାମୁଣ୍ତା ଗାଁର ସଜନା ଆଡବାହୀ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କୋମନା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି।

 ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ ତଥା ବାଡ ଭାଙ୍ଗି ପଡିଛି। ଫଳରେ କୋମନା ଅଞ୍ଚଳରେ ବିଦ୍ୟୁତ ଯୋଗାଣ ଠପ୍‌ ହୋଇଯାଇଥିଲା।



from Odisha Reporter https://ift.tt/3eLDLcB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages