କେମିତି ଅଛନ୍ତି କିମ ଜଙ୍ଗ ଉନ? ଉତ୍ତର ରଖିଲେ ଆମେରିକା ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

କେମିତି ଅଛନ୍ତି କିମ ଜଙ୍ଗ ଉନ? ଉତ୍ତର ରଖିଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ: ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କିଛି ଦିନ ହେଲା କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ଖବର ପ୍ରକାଶ ପାଇବାରେ ଲାଗିଛି। କିଛି ରିପୋର୍ଟରେ ସେ କରୋନାରେ ଆକ୍ରାନ୍ତ ଥିବା କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟରେ ତାଙ୍କ ବ୍ରେନ ଡେଡ ହୋଇଯାଇଥିବା କୁହାଯାଇଥିଲା।

ତେବେ ଏହି ରିପୋର୍ଟରେ କୌଣସି ସତ୍ୟତା ନଥିବା ଟ୍ରମ୍ପ ସୂଚନା ଦେଇଛନ୍ତି। ସିଏନଏନ କ୍ରମାଗତ ଭାବେ କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଖବର ପ୍ରକାଶ କରି ଚାଲିଛି। ଟ୍ରମ୍ପ କହିଛନ୍ତି, “ମୁଁ ଭାବୁଛି ଏହି ରିପୋର୍ଟ ଭୁଲ। ମୁଁ ଶୁଣିବାକୁ ପାଇଛି ଯେ ସେମାନେ ଭୁଲ ଦସ୍ତାବିଜ ପାଇ ଏଭଳି ଖବର ପ୍ରକାଶ କରୁଛନ୍ତି। ସିଏନଏନ ଫେକ ଷ୍ଟୋରୀ ଲୋକଙ୍କୁ ଦେଖାଉଛି।”

ଟ୍ରମ୍ପ ଆହୁରି କହିଛନ୍ତି, “ମୋର ଆଶା କିମ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ି ନଥିବେ। ମୋର ତାଙ୍କ ସହ ସମ୍ପର୍କ ବହୁତ ଭଲ। ଗୋଟିଏ କଥା ସମସ୍ତେ ମନେ ରଖିବା ଦରକାର ଯେ ମୁଁ ଯଦି ପୁଣିଥରେ ରାଷ୍ଟ୍ରପତି ନ ହେବି, ତା’ହେଲେ ଉତ୍ତର କୋରିଆ ସହ ଯୁଦ୍ଧ ହେବା ନିଶ୍ଚିତ। ପୂର୍ବ ତୁଳନାରେ ଆମେ ଉତ୍ତର କୋରିଆ ସହ ଅଧିକ ଉତ୍ତମ ସମ୍ପର୍କ ସ୍ଥାପନ କରିପାରିଛୁ।”

କିମ ଜଙ୍ଗ ଉନ ସର୍ଜରୀ କରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ଓ ଆମେରିକା ଗୁଇନ୍ଦା ବିଭାଗ ଏହି ଖବର ଉପରେ ନଜର ରଖିଥିବା ସିଏନଏନ ଖବର ପ୍ରକାଶ କରିଥିଲା।



from Odisha Reporter https://ift.tt/355k0Zo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages