ଅଣ ରାସନକାର୍ଡଧାରୀଙ୍କୁ ମିଳିବ କିରୋସିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

ଅଣ ରାସନକାର୍ଡଧାରୀଙ୍କୁ ମିଳିବ କିରୋସିନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୋଗୁ  ସବୁ ରୋଜଗାରପନ୍ଥା  ବନ୍ଦ ହୋଇଯାଇଥିବାରୁ ଗରିବ, ଖଟିଖିଆ ଲୋକେ ଭୋକ ଉପାସରେ ରହୁଛନ୍ତି। ସେମାନଙ୍କୁ ସାହାଯ୍ୟ ନିମନ୍ତେ ସରକାର ଯଥାସାଧ୍ୟ ଚେଷ୍ଟା ଚଳାଇଥିବା ବେଳେ ଏବେ ରାଜ୍ୟରେ ଥିବା ଅଣ ରାସନକାର୍ଡଧାରୀଙ୍କ ନିମନ୍ତେ ଏକ ଘୋଷଣା କରିଛନ୍ତି ସରକାର ।

ରାସନ କାର୍ଡ ନଥିବା ପ୍ରତି ପରିବାର ପିଛା ଦୁଇ ଲିଟର କିରୋସିନି ଯୋଗାଇ ଦିଆଯିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ବିଭାଗ ପକ୍ଷରୁ ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

ଚିଠିରେ ଉଲ୍ଲେଖ ରହିଛି ଯେ,  ଫାଷ୍ଟ କମ୍ ଫାଷ୍ଟ ସର୍ଭିସ୍ ଭିତ୍ତିରେ ଯୋଗାଇ ଦିଆଯିବ। ଏହାଦ୍ୱାରା ରାଜ୍ୟର ୧୭ ଲକ୍ଷରୁ ଅଧିକ ଅଣ ରାସନକାର୍ଡଧାରୀ ଉପକୃତ ହେବେ।

କିରୋସିନ୍ ବଣ୍ଟନ ପ୍ରକ୍ରିୟା ଶେଷ ହେବା ପରେ ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ବିଭାଗକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।



from Odisha Reporter https://ift.tt/2yI2deI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages