ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧି ବଢ଼ିବା ସହ ଟ୍ରେନ ସେବା ବନ୍ଦ ଠପ ହୋଇଯାଇଛି। ଅବଶ୍ୟ ଏପ୍ରିଲ ୨୦ ପରେ କିଛି ସ୍ଥାନରେ ଲକଡାଉନ କୋହଳ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହେଲେ କଟକଣା କୋହଳ ହେଲେ ମଧ୍ୟ ଲୋକଙ୍କୁ ଟ୍ରେନ ସେବା ମିଳିବ ନାହିଁ।
ଆସନ୍ତା ୩ ତାରିଖ ଯାଏ କୌଣସି ଯାତ୍ରୀବାହୀ ଟ୍ରେନ ଟ୍ରାକରେ ଚଳାଚଳ କରିପାରିବ ବୋଲି ଆଜି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏପ୍ରିଲ ୧୪ ମଧ୍ୟରାତ୍ର ପର୍ଯ୍ୟନ୍ତ ଦେଶରେ ସମସ୍ତ ପ୍ରକାରର ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ ହୋଇଥିଲା।
ହେଲେ ଏବେ ଏହି ଅବଧିକୁ ମେ’ ୩ ତାରିଖ ରାତି ୧୨ ଯାଏ ବୃଦ୍ଧି କରାଯାଇଛି। ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ କରାଯାଇଥିଲେ ହେଁ ମାଳବାହୀ ଟ୍ରେନ ଗୁଡ଼ିକ ପୂର୍ବଭଳି ଯାତାୟାତ କରିବ। ମେ’ ୩ ତାରିଖ ମଧ୍ୟରାତ୍ର ଯାଏ ରେଳ ଷ୍ଟେସନ କିମ୍ବା ବାହାରେ ଥିବା ସମସ୍ତ ସଂରକ୍ଷିତ ଓ ଅସଂରକ୍ଷିତ ଟିକେଟ ବୁକିଂ କାଉଣ୍ଟର ବନ୍ଦ ରହିବ ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।
from Odisha Reporter https://ift.tt/2yaBxTq
No comments:
Post a Comment