ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଜରାଟରୁ ବସ୍ରେ ଫେରିବେ ପ୍ରବାସୀ ଓଡ଼ିଆ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ଏନେଇ ଭିଡିଓ କନ୍ଫରେନ୍ସିଂରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।
ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ସେଠାରୁ ବସ୍ ଯୋଗେ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ। ଏଣୁ ବସ୍ର ରୋଡ୍ ଟ୍ୟାକ୍ସ ଛାଡ଼ କରିବାକୁ ୩ ରାଜ୍ୟ- ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରାଯିବ।
ପ୍ରବାସୀ ଓଡ଼ିଆଙ୍କୁ ସେଠାରୁ ଆଣିବା ପାଇଁ ଉଭୟ ଗୁଜରାଟ ଓ ଓଡ଼ିଶାରୁ ୪ ବରିଷ୍ଠ ଅଫିସରଙ୍କୁ ନେଇ କମିଟି ଗଠନ ହେବ। ବସ୍ ବ୍ୟତୀତ ଅନ୍ୟ ପରିବହନ ସଂପର୍କରେ ଅନୁଧ୍ୟାନ ପରେ ନିଷ୍ପତ୍ତି ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ଓଡ଼ିଶା ଫେରିବାକୁ ଚାହୁଁଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବ।
from Odisha Reporter https://ift.tt/2KB6IdK
No comments:
Post a Comment