ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ସାରା ଭୁବନେଶ୍ୱର ଲକ୍ଡାଉନ୍ରେ ଥିବାବେଳେ ଦୁଇଟି ଘରୁ ଚୋରି ହୋଇଛି। ଗତକାଲି ରାତିରେ ଝାରପଡ଼ାର ବୈରାଗୀ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳର ୨ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଘରେ ପଶିବା ପରେ ପ୍ରଥମେ ଘର ଲୋକଙ୍କୁ ଅଚେତ କରି ଦେଇଥିଲେ ବୋଲି ସନ୍ଦେହ କରାଯାଉଛି। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୁଲିସ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/3ehfoDl
No comments:
Post a Comment