ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। କରୋନା ପାଇଁ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ବିଜେଡି ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା ଏହି ସୂଚନା ଦେଇଛନ୍ତି।।
ଶ୍ରୀ ଦାସବର୍ମା କହିଛନ୍ତି, “ଏପ୍ରିଲ୍ ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ପଡ଼ୁଛି। କରୋନା ସତର୍କତା ଦୃଷ୍ଟିରୁ ଚଳିତ ବର୍ଷ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ନିରାଡ଼ମ୍ବରେ ପାଳନ ହେବ। ଏହି ଅବସରରେ ଦଳୀୟ କର୍ମୀମାନେ ସମାଜିକ ଦୂରତା ରକ୍ଷା କରି ନିଜ ଘରେ ବିଜୁ ବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଦେବାକୁ କୁହାଯାଇଛି। ଏଥିସହ ବିଜୁ ବାବୁଙ୍କ ଦେଶ ଓ ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବାକୁ ମଧ୍ୟ ସେମାନଙ୍କୁ କୁହାଯାଇଛି। ସେହିପରି କୌଣସି ପରିସ୍ଥିତିରେ ଘରୁ ନବାହାରିବା ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।”
from Odisha Reporter https://ift.tt/3en601g
No comments:
Post a Comment