ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲ ଭଳି ଔଷଧ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ସାମୟିକ ଭାବେ ହଟାଇ ଦେଇଛନ୍ତି। କରୋନା ବିରୋଧରେ ହାଇଡ୍ରୋକ୍ଲୋରକୁଇନ ଉପଯୁକ୍ତ ଆଣ୍ଟି ବାଓଟିକ ହୋଇଥିବାରୁ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତକୁ ଏହା ମାଗିଥିଲେ।
ସୋମବାର ଭାରତ ସରକାର ସମସ୍ତ ପ୍ରକାରର ମେଡିସିନ୍ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଉଠାଇ ଦେଇଛନ୍ତି। ହେଲେ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲକୁ କଟକଣା ତାଲିକାଭୁକ୍ତ କରିଛନ୍ତି। ଅର୍ଥାତ ଏହାର ରପ୍ତାନୀ କେତେ ହେବେ ଓ ଭାରତରେ ଏହା ପର୍ଯ୍ୟାପ୍ତ ପରିମାଣର ରହିଛି କି, ତା’ର ତର୍ଜମା ବୈଦେଶିକ ମନ୍ତ୍ରଣାଳୟ କରିବ। ବୈଦେଶିକ ମନ୍ତ୍ରଣାଳୟ ଓ ଫାର୍ମାସିଟିକାଲ ବିଭାଗ ଭାରତ ପାଇଁ ଆବଶ୍ୟକ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲ ରଖିବା ପରେ ଏହାର ରପ୍ତାନୀ ପାଇଁ ଅନୁମତି ଦେବ। ହାଇଡ୍ରୋକ୍ଲୋରକୁଇନ ଉତ୍ପାଦନ ଓ ରପ୍ତାନୀ କରିବାରେ ଭାରତ ବିଶ୍ୱର ୧ନଂ ଦେଶ।
ଏହି କାରଣରୁ ଆମେରିକା ସମେତ ଅଷ୍ଟ୍ରେଲିଆ, ବ୍ରାଜିଲ, ଇସ୍ରାଏଲ, ବାହାରିନ, ସ୍ପେନ, ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ ମଧ୍ୟ ଭାରତକୁ ଔଷଧ ରପ୍ତାନୀ ଉପରେ ଲଗାଇଥିବା କଟକଣାକୁ ହଟାଇବା ପାଇଁ ନିବେଦନ କରିଥିଲେ। ବିଶେଷ କରି କ୍ଲୋରକୁଇନ ରପ୍ତାନୀକୁ ଆରମ୍ଭ କରିବା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ ମଧ୍ୟ କରିଥିଲେ।
from Odisha Reporter https://ift.tt/3dZhA2r
No comments:
Post a Comment