ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୟୁନିଟ ୧ ଓ ୟୁନିଟ ୪ମାର୍କେଟରେ କେବଳ ହୋଲସେଲିଂ ଦୋକାନ ହିଁ ଖୋଲା ରହିବ। ଏହି ଦୁଇଟି ମାର୍କେଟରେ ହୋଲସେଲରମାନେ କେବଳ ରିଟେଲର ବା ଖୁଚୁରା ଦୋକାନୀଙ୍କୁ ହିଁ ସାମଗ୍ରୀ ବିକ୍ରି କରିପାରିବେ। ଗତକାଲି ଏହି ସୂଚନା ଦେଇଛନ୍ତି ବିଏମସି କମିଶନର।
ସେ ଆହୁରି କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବି ଏହି ହୋଲସେଲର ମାର୍କେଟରେ ଗ୍ରାହକମାନଙ୍କୁ ସାମଗ୍ରୀ ବିକ୍ରି କରାଯାଇପାରିବ ନାହିଁ।
ବିଏମସି ପକ୍ଷରୁ ଚିହ୍ନଟ ହୋଇଥିବା ୬୮ଟି ସ୍ଥାନରେ ରିଟେଲିଂ ମାର୍କେଟ ବସିବ। ଏହି ସବୁ ସ୍ଥାନମାନଙ୍କରେ ଖୁଚୁରା ବ୍ୟବସାୟ କିଭଳି ସୁରୁଖୁରୁରେ ଚାଲିବ ତାହା ଜୋନାଲ ଡେପୁଟି କମିଶନର ସୁନିଶ୍ଚିତ କରନ୍ତୁ ବୋଲି ବିଏମସି କମିଶନର ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ବିଭିନ୍ନ ମାର୍କେଟରେ ଲୋକଙ୍କ ଗହଳି ଅଧିକ ଦେଖିବାକୁ ମିଳୁଥିବା ବେଳେ ସାମାଜିକ ଦୂରତାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଏଥିଯୋଗୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଆଶଙ୍କାକୁ ଏଡାଇ ଦେଇହେବନି। ଏପରି ସ୍ଥିତିରେ ଲୋକ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି ।
from Odisha Reporter https://ift.tt/39Nwrtm
No comments:
Post a Comment