କରୋନା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ସାଂଘାତିକ, ଆଇସିୟୁରେ ଭର୍ତ୍ତି ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

କରୋନା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ସାଂଘାତିକ, ଆଇସିୟୁରେ ଭର୍ତ୍ତି ହେଲେ

ଲଣ୍ଡନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନସନଙ୍କୁ ସୋମବାର ସେଣ୍ଟ ଥୋମାସ ହସ୍ପିଟାଲକୁ ନିଆଯାଇଥିଲା। ଏବେ ସେଠାକାର ଆଇସିୟୁରେ ତାଙ୍କୁ ରଖାଯାଇଛି।

ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ବିଗିଡ଼ିଥିଲା। ତେଣୁ ଡାକ୍ତର ଟିମ୍‌ର ପରାମର୍ଶକ୍ରମେ ତାଙ୍କୁ ଆଇସିୟୁରେ ରଖାଯାଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଥିବାରୁ ବୈଦେଶିକ ସଚିବ ହିଁ ତାଙ୍କ ଦାୟିତ୍ୱ ସମ୍ପାଦନ କରିବେ। ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି ଓ ପୂରା ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି ଜଣାପଡ଼ିଛି। ବୋରିସ ଆଇସିୟୁରେ ଥିବାରୁ ଭାରତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୀଘ୍ର ଆରୋଗ୍ୟ ଲାଭ କରିବାକୁ କାମନା କରିଛନ୍ତି।

୧୦ ଦିନ ତଳେ ଜନସନ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ସେ ଘର ମଧ୍ୟରେ ଆଇସୋଲେସନ ହୋଇ ରହିଥିଲେ। ତେବେ ଭିଡିଓ କନଫରେନ୍ସିଂ ଜରିଆରେ ସରକାର ଚଳାଇବା ସହ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିଥିଲେ।



from Odisha Reporter https://ift.tt/2wiRQwQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages