ବୁଲନ୍ଦଶହର: ମହାରାଷ୍ଟ୍ରର ପାଲଘର ପରେ ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ପୁଣି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ସୋମବାର ମଧ୍ୟ ରାତ୍ରିରେ ଦୁଇ ଜଣ ସାଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଏକ ମନ୍ଦିରରୁ ଦୁଇ ସାଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ପୋଲିସ ସୂତ୍ର ଅନୁସାରେ, ସୋମବାର ମଧ୍ୟ ରାତ୍ରିରେ ପାଗୋନା ଗ୍ରାମରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି। ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯେ, ମୃତ ସାଧୁ ଦୁଇଜଣ ହେଲେ ୫୫ ବର୍ଷୀୟ ଜଗଦିଶ ଓରଫ୍ ରଙ୍ଗି ଦାସ (ଛଦ୍ମ ନାମ) ଏବଂ ୪୫ ବର୍ଷୀୟ ଶେର୍ ସିଂ ଓରଫ୍ ସେଓ୍ୱା ଦାସ (ଛଦ୍ମ ନାମ)। ଉଭୟ ସ୍ଥାନୀୟ ଶିବ ମନ୍ଦିରରେ ପୂଜାକାର୍ୟ୍ୟ କରୁଥିଲେ ଏବଂ ମନ୍ଦିର ପ୍ରାଙ୍ଗଣରେ ହିଁ ରହୁଥିଲେ। ପୋଲିସର ତଥ୍ୟ ଅନୁଯାୟୀ, ସେମାନଙ୍କୁ କୌଣସି ଧାରୁଆ ହତିଆରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତେବେ ପଡ଼ୋଶୀ ଗ୍ରାମରୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।
ପ୍ରକାଶ ଥାଉ କି, କିଛି ଦିନ ପୂର୍ବେ ମହାରାଷ୍ଟ୍ରର ପାଲଘରରେ ଦୁଇ ସାଧୁ ଏବଂ ତାଙ୍କର ଡ୍ରାଇଭରଙ୍କୁ ପିଟି ପିଟି ଭିଡ଼ ହତ୍ୟା ବା ମୋବ୍ ଲିଞ୍ଚିଂ କରାଯାଇଥିଲା। ଘଟଣା ସମୟରେ ପୋଲିସ ଉପସ୍ଥିତ ଥିଲେ ସୁଦ୍ଧା ୩ ଜଣଙ୍କ ଜୀବନ ବଞ୍ଚାଇପାରି ନ ଥିଲା।
from Odisha Reporter https://ift.tt/2KDVXHp
No comments:
Post a Comment