ଯାଜପୁର(ଗୁଲାମ ଗସ୍): ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତକାଲି ବାସୁଦେବପୁର ପଞ୍ଚାୟତରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଏହି ପଞ୍ଚାୟତର ଗୋବିନ୍ଦପୁର ଗାଁକୁ ଆଜି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ପୂର୍ବରୁ ବାସୁଦେବପୁର ପଞ୍ଚାୟତରୁ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଥିଲା। ଏହି ପଞ୍ଚାୟତରେ କଣ୍ଟେନମେଣ୍ଟ ଅବଧି ମେ’ ୧୮ ତାରିଖ ରାତି ୮ଟା ଯାଏ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ଜଣାଇଛି।
ସୂଚନାଯୋଗ୍ୟ, ଗତକାଲି ଗୋବିନ୍ଦପୁର ଗାଁର ଜଣେ ୩୪ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ସେ କୋଲକାତାରୁ ଫେରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଏପ୍ରିଲ୍ ୨୬ ତାରିଖରେ ଜିଲ୍ଲାର ଦଶରଥପୁର ବ୍ଲକ୍ର କଟିକଟା ପଞ୍ଚାୟତର କଟିକଟା ଓ ବିହିପୁର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ମଲ୍ଲିକାପୁର ପଞ୍ଚାୟତର ମହାନ୍ତିପାଟଣା ଓ ମଲ୍ଲିକାପୁର ଗାଁର କିଛି ଅଂଶ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିପରି ବିରଜାପୁର ପଞ୍ଚାୟତକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।
from Odisha Reporter https://ift.tt/2SbPNT0
No comments:
Post a Comment