କରୋନା ପରୀକ୍ଷା କଲେ ଇମ୍ରାନ ଖାନ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

କରୋନା ପରୀକ୍ଷା କଲେ ଇମ୍ରାନ ଖାନ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଇସଲାମାବାଦ: ମହାମାରୀ କରୋନା ଭାଇରସ ଦ୍ୱାରା ପାକିସ୍ତାନର ୱାଜିର-ଇ-ଆଜମ ଇମ୍ରାନ ଖାନ୍‌ ସଂକ୍ରମିତ ହୋଇଛନ୍ତି କି ନାହିଁ, ସେକଥା ଜାଣିବା ପାଇଁ ତାଙ୍କ ପରୀକ୍ଷା କରାଯାଇଛି। ତେବେ ଏହି ରିପୋର୍ଟ ନେଗେଟିଭ ଆସିଥିବା ସରକାରୀ ମୁଖପାତ୍ର ଫୈଜଲ ସୁଲତାନ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବୁଧବାର କରୋନା ପାଇଁ ଇମ୍ରାନ ଖାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ତେବେ ଏହି ମହାମାରୀ ସଂକ୍ରମଣରେ ଇମ୍ରାନ ଆଦୌ ସଂକ୍ରମିତ ହୋଇନାହାନ୍ତି। ମୁଁ ଖୁସିର ସହ କହିବାକୁ ଚାହେଁ ଯେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି।”

ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜଣେ ବ୍ୟବସାୟୀଙ୍କୁ ଭେଟିବା ସହ ତାଙ୍କ ଠାରୁ କରୋନା ଲଢ଼େଇ ପାଇଁ ଆର୍ଥିକ ସହାୟତା ଗ୍ରହଣ କରିଥିଲେ। ମଙ୍ଗଳବାର ଏହି ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା।

ତାଙ୍କ ଠାରୁ କରୋନା ଇମ୍ରାନଙ୍କୁ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ତାଙ୍କର ପରୀକ୍ଷା କରାଯାଇଥିଲା। ଏହାପୂର୍ବରୁ ତାଙ୍କ ପରିବାର ଲୋକଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା। ତେବେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।



from Odisha Reporter https://ift.tt/3eLowjR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages