ବିଶ୍ୱରେ ୩୦ ଲକ୍ଷରୁ ଅଧିକ କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ବିଶ୍ୱରେ ୩୦ ଲକ୍ଷରୁ ଅଧିକ କରୋନାରେ ଆକ୍ରାନ୍ତ

ଜେନେଭା: ବିଶ୍ୱ ମହାମାରୀ କରୋନା ଏବେ ୨୧୦ଟି ଦେଶରେ ସକ୍ରିୟ ରହିଛି। ଏହି ଘାତକ ଭାଇରସରେ ବିଶ୍ୱରେ ୩ ମିଲିଅନ ବା ୩୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି। ୨୧୦ଟି ଦେଶ ମଧ୍ୟରୁ ୫ଟି ଦେଶରେ କରୋନା ମୃତକଙ୍କ ସଂଖ୍ୟା ୨୦ ହଜାର ଉପରେ ରହିଛି।

ଓ୍ୱାର୍ଲଡମିଟରସ ଇନଫୋର ଡାସବୋର୍ଡ ରିପୋର୍ଟ ଅନୁଯାୟୀ ମୋଟ୍ ୩,୨୨୦,୦୧୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୨୨୮, ୨୧୫ ରହିଛି। ସେହିପରି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୧,୦୦୦,୩୦୩ ଜଣ। ଏବେ ୧,୯୯୧,୪୯୩ ଜଣ ଚିକିତ୍ସାଧୀନ ରହିଛନ୍ତି। ୫୯,୮୧୧ ଜଣ ଗୁରୁତର ରହିଛନ୍ତି।

ଏବେ କରୋନାର ହଟସ୍ପଟ ଆମେରିକା ରହିଛି। ଏଠାରେ ମୃତକଙ୍କ ସଂଖ୍ୟା ୬୦ ହଜାର ଅତିକ୍ରମ ୬୧, ୬୬୮ ଛୁଇଁଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬୪, ୩୯୬ ଛୁଇଁଛି। ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ୧୪୭,୪୧୧। ଏବେ ୮୫୫,୩୧୭ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଆମେରିକା ପରେ ସ୍ପେନରେ ୨୩୬,୮୯୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୪,୨୭୫ ଜଣଙ୍କର ମୃତ୍ୟୁ ଘଟିଛି। ଇଟାଲୀରେ ୨୭, ୬୮୨ ଜଣ, ଫ୍ରାନ୍ସରେ ୨୪,୦୮୭ ଜଣ, ୟୁକେରେ ୨୬, ୦୯୭ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏହାବାଦ ଅନ୍ୟ ଦେଶ ଗୁଡ଼ିକରେ ମୃତକଙ୍କ ସଂଖ୍ୟା ୬,୫୦୦ ତଳେ ରହିଛି।



from Odisha Reporter https://ift.tt/2VSKOcp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages