ଆମେରିକାରେ ୬୦ ହଜାର ଟପିଲା କରୋନା ମୃତକଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ଆମେରିକାରେ ୬୦ ହଜାର ଟପିଲା କରୋନା ମୃତକଙ୍କ ସଂଖ୍ୟା

ନ୍ୟୁୟର୍କ: ଆମେରିକାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ନିକଟରେ ମୃତକଙ୍କ ସଂଖ୍ୟା ୫୦ ହଜାର ଟପିଥିବା ବେଳେ ଏବେ ୬୦ ହଜାର ଅତିକ୍ରମ କରିଛି। ଆମେରିକାରେ ଏବେ କରୋନା ମୃତକଙ୍କ ସଂଖ୍ୟା ୬୧, ୬୬୮ ଛୁଇଁଛି। ଏ ନେଇ ଜନ ହୋପିକନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସେହିପରି ଆମେରିକାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬୪, ୩୯୬ ଛୁଇଁଛି। ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ୧୪୭,୪୧୧। ଏବେ ୮୫୫,୩୧୭ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ନ୍ୟୁୟର୍କ ରହିଛି। ବୁଧବାର ଅପରାହ୍ନ ୪ଟା ସୁଦ୍ଧା ୨୯୯, ୬୯୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୩,୩୮୪ ଜଣ ଚିକିତ୍ସାଧୀନ ରହିଛନ୍ତି। ନ୍ୟୁୟର୍କ ପରେ ନ୍ୟୁଜର୍ସିରେ ୬,୭୭୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମିଚିଗାନରେ ୩,୬୭୩ ଜଣଙ୍କର ମୃତ୍ୟୁ ଘଟିଛି।



from Odisha Reporter https://ift.tt/3cYDIIJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages