ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଯାବତ ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୪୯୬ରେ ପହଞ୍ଚିଥିବା ବେଳେ ସଂକ୍ରମଣରେ ୮୨୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୧୯୯୦ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୪୯ଜଣ ଏଥିରେ ପ୍ରାଣ ହରାଇଛନ୍ତି। ଏହା ହେଉଛି ବର୍ତ୍ତମାନ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ମିଳିଥିବା କରୋନା ସଂକ୍ରମଣର ସର୍ବାଧିକ ମାମଲା। ରବିବାର ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତାଜା ସୂଚନା ଦିଆଯାଇଛି।
ସୂଚନା ଯେ, ଦେଶରେ ଏଯାବତ ୫,୮୦୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୭୪୧ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଦେଶରେ କରୋନା ମୁକାବିଲା ଲାଗି ମେ\’୩ ଯାଏ ଲକଡାଉନ ନିର୍ଦ୍ଦେଶ ଦିଆଯାଇଛି।
ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଏବଂ କୁର୍ନୁଲ ଜିଲ୍ଲାରେ ରାଜ୍ୟର ୪୬.୬ ପ୍ରତିଶତ ଏବଂ ଦେଶର ସର୍ବମୋଟ କରୋନା ସଂକ୍ରମଣ ମାମଲାର ୧.୯ ପ୍ରତିଶତ ମାମଲା ଚିହ୍ନଟ କରାଯାଇଛି। ଦିଲ୍ଲୀରେ ଦେଶର ୧୧.୬% ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟର ୮୮.୪% କରୋନା ମାମଲା କେବଳ ଅହମଦାବାଦ, ସୂରଟ, ବଡ଼ୋଦରାରୁ ଚିହ୍ନଟ ହୋଇଛି, ଯାହା ଦେଶର ସର୍ବମୋଟ ମାମଲାର ୧୧% ଅଟେ। ସେହିପରି କର୍ଣ୍ଣାଟକର ୨୪.୪% ମାମଲା ବାଙ୍ଗାଲୁରୁରୁ, ଯାହା ଦେଶର ସର୍ବମୋଟ କରୋନା ମାମଲାର ୦.୫% ଅଟେ। ଉତ୍ତର ପ୍ରଦେଶର ୪୧.୨% କରୋନା ସଂକ୍ରମଣ ମାମଲା କେବଳ ଆଗ୍ରା, ଗୌତମ ବୁଦ୍ଧ ନଗର ଏବଂ ଲକ୍ଷ୍ନୌରୁ ମିଳିଛି। ଏହା ଦେଶର ସର୍ବମୋଟ କରୋନା ସଂକ୍ରମଣ ମାମଲାର ୩.୧% ଅଟେ।
from Odisha Reporter https://ift.tt/2VZNFyY
No comments:
Post a Comment