ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥାଏ। କେତେବେଳେ ତାଙ୍କ ଅଭିନୟ ପାଇଁ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା ହୁଏ। ଏବେ ଲକଡାଉନରେ ମଧ୍ୟ ପ୍ରକୃତିଙ୍କୁ ନେଇ ଚର୍ଚ୍ଚା ଚାଲିଛି। ମେ 3 ପର୍ଯ୍ୟନ୍ତ ଦେଶରେ ଲକଡାଉନ ଥିବା ବେଳେ ଏବେ ପ୍ରକୃତି ତାଙ୍କ ରୁମର ବୟଫ୍ରେଣ୍ଡ ରତୁଲ ଏବଂ କିଛି ସାଙ୍ଗଙ୍କ ସହ ରହୁଛନ୍ତି। ଯାହାର ସୂଚନା ପୂର୍ବରୁ ପ୍ରକୃତି ତାଙ୍କ ଇଂସ୍ଟଗ୍ରାମରେ ଦେଇଥିବା ବେଳେ ଏବେ ପ୍ରକୃତିଙ୍କର ଆଉ ଏକ ଭିଡ଼ିଓ ଭାଇରଲ ହେଉଛି।
ସୂଚନାଯୋଗ୍ୟ, ପ୍ରକୃତି ମାର୍ଚ୍ଚ ୧୮ରୁ ମୁମ୍ବାଇରୁ ଆସିଲେଣି। କିନ୍ତୁ ଘରକୁ ଯାଉ ନାହାନ୍ତି। ସେ ମୁମ୍ବାଇରେ ଥିବା ବେଳେ ବିଭିନ୍ନ ସ୍ଥାନ ବୁଲିଥିଲେ ଓ ବିଭିନ୍ନ ଲୋକଙ୍କୁ ଭେଟିଥିଲେ। ତେଣୁ ସୁରକ୍ଷା ଦୃଷ୍ଟିରୁ ଘରକୁ ଯାଉ ନାହାନ୍ତି।
from Odisha Reporter https://ift.tt/3582mEo
No comments:
Post a Comment