୩ ଜିଲ୍ଲାରୁ ଉଠିଲା ୬୦ ଘଣ୍ଟାର ଶଟ୍‌ଡାଉନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 25, 2020

୩ ଜିଲ୍ଲାରୁ ଉଠିଲା ୬୦ ଘଣ୍ଟାର ଶଟ୍‌ଡାଉନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ୬୦ ଘଣ୍ଟିଆ ଶଟ୍‌ଡାଉନ୍ ଅବଧି ଶେଷ ହୋଇଛି। ଏପ୍ରିଲ ୨୩ ତାରିଖ ରାତି ୧୦ଟାରୁ ଲାଗୁ ହୋଇଥିବା ୬୦ ଘଣ୍ଟିଆ ଶଟ୍‌ଡାଉନ୍‌ ଅବଧି ଆଜି ସକାଳ ୧୦ଟାରେ ଶେଷ ହୋଇଛି। ଶଟ୍‌ଡାଉନ୍ ଅବଧି ସରିଥିଲେ ବି ଲକ୍‌ଡାଉନ୍ କଟକଣା ପୂର୍ବ ଭଳି ଜାରି ରହିବ।

ଅନ୍ୟପକ୍ଷରେ, ଶଟ୍‌ଡାଉନ୍ ହଟିବା ପରେ ୩ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପୁଲିସ୍‌ ଡିଜିପି ଅଭୟ। ପୁଲିସ ଓ ପ୍ରଶାସନକୁ ସହଯୋଗ କରିଥିବାରୁ ସେ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ସାମାଜିକ ଦୂରତ୍ୱ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ଡିଜିପି  ଅପିଲ୍ କରିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ ୬୦ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ।



from Odisha Reporter https://ift.tt/3584LPh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages