ସାଢ଼େ ୭ ଘଣ୍ଟାର ଅପରେସନ୍ ପରେ ପୁଲିସ ଅଫିସରଙ୍କ କଟା ହାତ ଯୋଡ଼ିହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ସାଢ଼େ ୭ ଘଣ୍ଟାର ଅପରେସନ୍ ପରେ ପୁଲିସ ଅଫିସରଙ୍କ କଟା ହାତ ଯୋଡ଼ିହେଲା

ପଟିଆଲା: ସାଢ଼େ ୭ ଘଣ୍ଟାର ଅପରେସନ୍ ପରେ ଏବେ ସୁସ୍ଥ ହୋଇଛନ୍ତି ପଞ୍ଜାବ ପଟିଆଲାର ଏଏସ୍ଆଇ ହରଜିତ୍ ସିଂହ। ଚଣ୍ଡିଗଡ଼ PGI ହସ୍ପିଟାଲ୍‌ରେ ହୋଇଥିବା ଅପରେସନ୍‌ରେ ତାଙ୍କ କଟା ହାତକୁ ପୁଣି ଥରେ ଲଗାଯାଇଛି। ଯାହା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି।

ଗତକାଲି ସାଢ଼େ ୭ ଘଣ୍ଟା ଧରି ହରଜିତ୍‌ଙ୍କ ହାତର ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା। ଯାହା ବେଶ ସଂଘର୍ଷପୂର୍ଣ୍ଣ ଥିବା ଡାକ୍ତରୀ ଟିମ୍ କହିଛନ୍ତି। ତେବେ ଅପରେସନ୍‌ର କିଛି ମାସ ପରେ ହରଜିତ୍ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ନେଇ ଆଶା ରଖିଛନ୍ତି ଡାକ୍ତର ।

ସେପଟେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।  ଅପରେସନ୍‌ରେ ସାମିଲ ଥିବା ସମସ୍ତ ଡାକ୍ତରୀ ଟିମ୍ ଓ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ଏନେଇ ଶୁଭେଚ୍ଛା ଜଣାଇଛନ୍ତି।  ଏହାସହ ହରଜିତ୍‌ଙ୍କ ଆଶୁ  ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପଞ୍ଜାବ ପଟିଆଲା ପରିବା ମାର୍କେଟ ନିକଟରେ ଲକଡାଉନ୍ ନିୟମକୁ ଖିଲାପ କରିଥିବା କିଛି ଦୁର୍ବୃତ୍ତଙ୍କୁ ହରଜିତ୍‌ ଅଟକାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଛୁରୀରେ ଏସଆଇ ହରଜିତ ସିଂହଙ୍କ ହାତକୁ ହାଣି ଦେଇଥିଲେ। ହରଜିତଙ୍କ ସହିତ ପଟିଆଲା ସଦର ଥାନା ଏସଏଚଓ ବିକର ସିଂହଙ୍କ କହୁଣୀ ଏବଂ ଏସଆଇ ରାଜ ସିଂହଙ୍କ ବମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଆହତଙ୍କୁ ପିଜିଆଇଏମଇଆର ଚଣ୍ଡିଗଡକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଉପରକୁ ଆକ୍ରମଣ କରିବା ପରେ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ। ଏହି ମାମଲାରେ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।



from Odisha Reporter https://ift.tt/3b5ZpWW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages