କରୋନା ଭାଇରସ ବ୍ୟାପିବା ପଛରେ ଚାଇନାର ଚକ୍ରାନ୍ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

କରୋନା ଭାଇରସ ବ୍ୟାପିବା ପଛରେ ଚାଇନାର ଚକ୍ରାନ୍ତ!

ନୂଆଦିଲ୍ଲୀ: ଚାଇନାର ଉହାନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ସନ୍ଦେହ ଘେରରେ ଚାଇନାର ଭୂମିକା। ଭାଇରସ ବ୍ୟାପିବା ପାଖରୁ ଆରମ୍ଭ କରି ମୃତକଙ୍କ ସଂଖ୍ୟାକୁ ନେଇ ଚାଇନା ଉପରେ ଅନେକ ଦେଶ ନଜର ରଖିଛନ୍ତି। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିଶ ଜନଶନ କରୋନାରେ ସଂକ୍ରମିତ ହେବା ପରେ ଏବେ ବ୍ରିଟେନର ଗୁଇନ୍ଦା ସଂସ୍ଥା ଭାଇରସର ଚେର ଖୋଜିବା ପାଇଁ ଖୋଳତାଡ଼ ଆରମ୍ଭ କରିଛି।

ଚାଇନାର ପରୀକ୍ଷାଗାରରେ ଥିବା ପଶୁଙ୍କ ପାଖରୁ ଏହି ଭାଇରସ ସଂକ୍ରମିତ ହୋଇଛି ବୋଲି କୁହାଯାଉଛି। ଏବେ ବ୍ରିଟେନର ଗୁଇନ୍ଦା ସଂସ୍ଥା କିନ୍ତୁ ଏହାକୁ ସତ ବୋଲି ଦାବି କରୁଛି। ପ୍ରଥମେ ପଶୁଙ୍କ ପାଖରୁ ପରେ ମଣିଷ ଶରୀରକୁ ଏହି ଭାଇରସ ସଂକ୍ରମିତ ହୋଇଛି ବୋଲି କୋବ୍ରା ଜାଣିବାକୁ ପାଇଛି।

ବ୍ରିଟେନ ସରକାରଙ୍କ ଶୀର୍ଷ ଅଧିକାରୀଙ୍କ ପାଖରୁ ମଳିଥିବା ସୂଚନା ଅନୁଯାୟୀ ବୈଜ୍ଞାନିକଙ୍କ ପରାମର୍ଶ ଅନୁଯାୟୀ ଉହାନରେ ଥିବା ପଶୁ ବଜାରରୁ ଏହି ଭାଇରସ ମଣିଷଙ୍କ ଶରୀରକୁ ସଂକ୍ରମିତ ହୋଇଛି। କିନ୍ତୁ ଚାଇନାର ପରୀକ୍ଷାଗାରରୁ ଏହି ଭାଇରସ ବ୍ୟାପିଛି ବୋଲି ବିଭିନ୍ନ ରିପୋର୍ଟ ଆସୁଛି। ତେଣୁ ଏହାକୁ ଅଣଦେଖା କରିହେବନି ବୋଲି ବ୍ରିଟେନର ଏହି ଅଧିକାରୀ କହିଥିବା ସୂଚନା ରହିଛି।

କୋବ୍ରା (କ୍ୟାବିନେଟ୍ ଅଫିସ୍)ର ସିକ୍ୟୁରିଟି ସର୍ଭିସ ଦେଇଥିବା ରିପୋର୍ଟ ବାବଦରେ ବ୍ରିଟେନର ପ୍ରମୁଖ ଖବରକାଗଜ ଡେଲି ମେଲରେ ପ୍ରକାଶ ପାଇଛି। ଭାଇରସ ବ୍ୟାପିବା ପଛରେ ଏକ ବିଚରାଧାରା ରହିଛି। ହୁଏତ ଯେଉଁ ପରୀକ୍ଷାଗାରରୁ ଏହି ଭାଇରସ ତିଆରି ହୋଇଛି ତାହା ଉହାନରେ ନଥାଇପାରେ। ଉହାନରେ ଚାଇନାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି ରହିଛି। ଏହା ଚାଇନାର ସବୁଠାରୁ ଆଡଭାନ୍ସ ପରୀକ୍ଷାଗାର। ଏହି ଇନଷ୍ଟିଚ୍ୟୁଟ ଉହାନରେ ଥିବା ପଶୁ ବଜାର ପାଖରୁ ଅଳ୍ପ ଦୂରରେ।

ତେବେ ଚାଇନାର ସରକାରୀ ଖବର କାଗଜ ପିପୁଲସ ଡେଲି ୨୦୧୮ ରେ ଏହି ଭାଇରସକୁ ନେଇ ଏକ ଖବର ପ୍ରକାଶ କରିଥିଲା। ଯେଉଁଥିରେ ଉଲ୍ଲେଖ ରହିଥିଲା ଏହା ମାଇକ୍ରୋଅର୍ଗାନ୍ସ ଭଳି ମାରାତ୍ମକ ଇବୋଲା ଜୀବାଣୁ ଉପରେ ପରୀକ୍ଷଣ କରିହେବ।

ଏଥିସହିତ, ଉହାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ମଧ୍ୟ ପଶୁ ବଜାରଠାରୁ ତିନି ମାଇଲ ଦୂରରେ ରହିଛି। ଏହା ମଧ୍ୟ କୁହାଯାଏ ଯେ କରୋନା ଭାଇରସ ସଂକ୍ରମଣ କରିବା ପାଇଁ ବାଦୁଡି ଭଳି ପଶୁ଼ ପକ୍ଷୀଙ୍କ ଉପରେ ଏଠାରେ ପରୀକ୍ଷଣ କରାଯାଇଛି।

୨୦୦୪ SARS ଭାଇରସ ଲିକ୍ ହୋଇଥିଲା। ଏହି ଭାଇରସ ଲିକ୍ ହେବା ପରେ ସଂକ୍ରମିତ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଚାଇନା ସରକାର ଭାଇରସ ଲିକ୍ ହୋଇଥିବା ଦର୍ଶାଇ ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ଦଣ୍ଡିତ କରିଥିଲେ।



from Odisha Reporter https://ift.tt/3dVYWbB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages