ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ: ମୁଖ୍ୟ ଶାସନ ସଚିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ସୂର୍ଯ୍ୟନଗରର ଯେଉଁ କେସ୍ ଆସିଥିଲା, ତାହା କୋଲକାତାରୁ ଆସିଥିଲା। ସେହିପରି ବମିଖାଲ୍‌ରୁ ଯେଉଁ କେସ୍ ଆସିଥିଲା, ତାହା ଭୋପାଲରୁ ଆସିଥିବା ଜଣାପଡ଼ିଛି। ତେଣୁ ଗୋଷ୍ଠୀ ସଂକ୍ରମଣକୁ ନେଇ ଆମେ ଯେଉଁ ଆଶଙ୍କା କରୁଥିଲୁ, ବହୁ ମାତ୍ରାରେ ସେ ଡର ଆଉ ନାହିଁ। ସେହିଭଳି ଏମିତି କୌଣସି ପ୍ରମାଣ ନାହିଁ, ଯାହାକୁ ନେଇ ଆମେ କହିପାରିବା ଯେ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଛି।” ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱରବାସୀଙ୍କୁ ଏହି ଆଶ୍ୱସ୍ତି ଦେଇଛନ୍ତି। ଏହା ସହିତ ସଂକ୍ରମଣର କାରଣ ଜାଣିବା ପାଇଁ ୪୮ ଘଣ୍ଟିଆ ଶଟ୍‌ ଡାଉନ୍ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସେ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି, ଭୁବନେଶ୍ୱର ଓ କଟକ ବାହାରେ ମଧ୍ୟ କିଛି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏବେ ଯେଉଁ ଅଞ୍ଚଳଗୁଡ଼ିକରୁ ପଜିଟିଭ୍ କେସ୍ ଆସିବ, ଯେଉଁଠି ହଟ୍‌ସ୍ପଟ୍ ପାଇବୁ ବା ଯେଉଁଠି ଆକ୍ରାନ୍ତ କୌଣସି ସ୍ଥାନକୁ ଯାତ୍ରା କରିଥିବାର ପ୍ରମାଣ ନଥିବ, ସେ ଅଞ୍ଚଳକୁ ଆବଦ୍ଧ କରାଯିବ। ଏହା ଦ୍ୱାରା ସଂକ୍ରମଣ ସେଠାରୁ ବାହାରକୁ ବ୍ୟାପି ପାରିବ ନାହିଁ। ସେହିପରି ଏଥିଯୋଗୁ ସଂକ୍ରମଣକୁ ଏକ ସୀମା ଭିତରେ ରଖାଯାଇପାରିବ ଏବଂ ଜାଣି ହେବ କେଉଁ କାରଣ ପାଇଁ ଏହା ହେଲା।

ଆଜି ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଶଟ୍ ଡାଉନ୍ ସମୟ ସରିଯିବ। ଏହା ସହିତ ରାତି ୮ଟା ପରଠାରୁ ଲକ୍‌ ଡାଉନ୍‌ ନିୟମ ଭିତରେ ଯେଉଁ ସବୁ ଦୋକାନ ଖୋଲା ରହିବା କଥା, ସେଗୁଡ଼ିକ ଖୋଲା ରହିବ। ତେଣୁ ଆଜି ଶଟ୍ ଡାଉନ୍ ପରେ ବଜାରକୁ ଯାଇ ଗହଳି ନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଲୋକଙ୍କୁ ନିବେଦନ କରିଛନ୍ତି। ନହେଲେ ୪୮ ଘଣ୍ଟାର ଶଟ୍‌ ଡାଉନ୍‌ରୁ ଯେଉଁ ଲାଭ ମିଳିଛି, ତା’ର କିଛି ମୂଲ୍ୟ ରହିବ ନାହିଁ।

ସେ ଆହୁରି କହିଛନ୍ତି, କରୋନା ପାଇଁ ସାମାଜିକ ଦୂରତ୍ୱ ସବୁଠୁ ବଡ଼ ବୈଜ୍ଞାନିକସମ୍ମତ ଉପାୟ। ଆମର ୮୦% ଏ- ସିମ୍ପଟମ୍‌ ନର୍ମାଲ ଲାଗନ୍ତି। ତେଣୁ ସେମାନେ କରୋନା ଆକ୍ରାନ୍ତ ବୋଲି ଜାଣିବା କଷ୍ଟକର। ଆଉ ଏମାନଙ୍କ ସଂସ୍ପର୍ଶରେ ଆସି ଘରେ ପହଞ୍ଚିଲେ ପରିବାରର ଦୁର୍ବଳ ଲୋକେ ଆକ୍ରାନ୍ତ ହେବେ। ତେଣୁ ବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।



from Odisha Reporter https://ift.tt/2V5rCGm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages