ନୂଆଦିଲ୍ଲୀ: ଲକଡାଉନ୍ ବେଳେ ମଦ ଜରୁରୀ ସାମଗ୍ରୀ ବା ସେବାରେ ସାମିଲ୍ ନାହିଁ। ଏଥିପାଇଁ ଅନେକ କ୍ଷତି ହେଉଛି। ଆଗାମୀ ଦିନରେ ବ୍ୟବସାୟ ଆହୁରି ଖରାପ ହୋଇପାରେ। ତେଣୁ ଯେଉଁ ସ୍ଥାନରେ କରୋନା ବିସ୍ତାର ହୋଇନି ସେହି ସ୍ଥାନରେ ମଦର ହୋମ୍ ଡେଲିଭରୀ କରିବାକୁ ଅନୁମତି ଦିଆଯାଉ। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଇଣ୍ଟରନେଶନାଲ ସ୍ପିରିଟ୍ ଏବଂ ଓ୍ୱାଇନ୍ ଆସୋସିଏସନ ଅଫ୍ ଇଣ୍ଡିଆ (ISWAI) ଏବଂ ଆଲକୋହଲିକ ବେଭରେଜ କମ୍ପାନୀ (CIABC)।
ମଦର ହୋମ ଡେଲିଭରୀ ବେଳେ ଗ୍ରାହକଙ୍କ ପରିଚୟ ପତ୍ର ଦେଖାଇବାକୁ ଅନିର୍ବାର୍ଯ୍ୟ କରାଯାଉ। ଏଥିସହ ମଦ ଡେଲିଭରୀ ବେଳେ ଆବଶ୍ୟକ ନିୟମ ମାନିବାକୁ ରାଜି ବୋଲି ସଂଘ କହିଛି। ଏକ ଆପ୍ସ ବ୍ୟବହାର କରାଯାଇ ଏହି ସେବା ଯୋଗାଇ ଦେବାକୁ ସଂଘ କହିଛି। ଏଥିପାଇଁ ଅତିରିକ୍ତ ପଇସା ଦେବାକୁ ମଧ୍ୟ ISWAI ଏବଂ CIABC କହିଛି। ପ୍ରତି ମଦ ଦୋକାନକୁ ହୋମ୍ ଡେଲିଭରୀ ପାଇଁ ୩-୪ଟି ପାସ୍ ଦେବାକୁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଛନ୍ତି।
ଫୁଡ୍ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରଟି ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ ଖାଦ୍ୟ ଏବଂ ଆଲକହଲ ଜରୁରୀ ସାମଗ୍ରୀ। ତେଣୁ ଲକଡାଉନ ସମୟରେ ଏହାକୁ ଜରୁରୀ ସାମଗ୍ରୀରେ ସାମିଲ୍ କରାଯାଉ ବୋଲି ISWAIର ଅଧ୍ୟକ୍ଷ ଅମୃତ କିରଣ ସିଂହ କହିଛନ୍ତି।
from Odisha Reporter https://ift.tt/3ef9H97
No comments:
Post a Comment