ନିରବଚ୍ଛିନ୍ନ ସେବା ଯୋଗାଇବାକୁ ଟିଭି, କେବୁଲ ଅପରେଟରଙ୍କୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ନିରବଚ୍ଛିନ୍ନ ସେବା ଯୋଗାଇବାକୁ ଟିଭି, କେବୁଲ ଅପରେଟରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶ ଏବେ ଲକଡାଉନ୍ ରହିଛି। ଲୋକମାନେ ଘରେ ରହିଛନ୍ତି। ଏଭଳି ସ୍ଥିତିରେ କେବୁଲ ଅପରେଟର, ଡିଟିଏଚ, ଟିଭି ସଂସ୍ଥାମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ‘ଗ୍ରାହକମାନେ ମାନେ ଯେଉଁ ଚ୍ୟାନେଲଗୁଡିକୁ ସବସ୍କ୍ରାଇବ କରିଛନ୍ତି ସେହି ଚ୍ୟାନେଲମାନଙ୍କୁ ନିରବଚ୍ଛିନ୍ନ ଭାବରେ ଦେଖାଇବା ପାଇଁ ସମସ୍ତ ପଦକ୍ଷେପ ନେବା ଦରକାର’।

ନିକଟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ କେବୁଲ ଅପରେଟର ଓ ଡିଟିଏଚ ସେବା ପ୍ରଦାନକାରୀଙ୍କୁ ଜରୁରୀ ସେବା ତାଲିକାରେ ସାମିଲ୍ କରିଛନ୍ତି। ସରକାର ଏଭଲି ଗାଇଡଲାଇନ୍ ଜାରି କରିବାର ଉଦ୍ଦେଶ୍ୟ ହେଲା, ଲୋକମାନେ ଏବେ ଘରେ ରହିଛନ୍ତି। ଅନେକ କେବୁଲ ବା ଡିଟିଏଚ ରିଚାର୍ଜ କରିବାରେ ସକ୍ଷମ ହୋଇନପାରନ୍ତି। ତେଣୁ ଏବେ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବାକୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ କହିଛି।



from Odisha Reporter https://ift.tt/3eeyv0V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages