କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ ବିବାହ ଘୁଞ୍ଚାଇ ଦେଲେ ତିନି କରୋନା ଯୋଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ ବିବାହ ଘୁଞ୍ଚାଇ ଦେଲେ ତିନି କରୋନା ଯୋଦ୍ଧା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶ ତଥା ରାଜ୍ୟ ପାଇଁ କର୍ତ୍ତବ୍ୟ ସବୁବେଳେ ପ୍ରଥମ। ବ୍ୟକ୍ତିଗତ ସୁଖ, ସୁବିଧା ତଥା ପରିବାର ପରେ। ନିଜ ସ୍ୱାର୍ଥକୁ ପଛରେ ପକାଇ କର୍ତ୍ତବ୍ୟକୁ ପ୍ରଥମ ବୋଲି କହି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରାଜ୍ୟ ପୁଲିସର ୩ ଅଫିସର।

କରୋନା ପରି ମହାମାରୀ ସହ ମାନବ ଜାତିର  ଚାଲିଥିବା ସଂଗ୍ରାମରେ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି ପୁଲିସ କର୍ମଚାରୀ । କେଉଁଠି ବାଡ଼ି ଦେଖାଇ ଆକଟ କରୁଛନ୍ତି ତ କେଉଁଠି ସଚେତନତା ମାଧ୍ୟମରେ ଲୋକଙ୍କୁ କରୋନା ପରି ମହାମାରୀର ଭୟାବହତା ସମ୍ପର୍କରେ ବୁଝାଉଛନ୍ତି ।ଏଥିଯୋଗୁ ସେମାନେ ନିଜ ପରିବାରକୁ ମଧ୍ୟ ସମୟ ଦେଇ ପାରୁନାହାନ୍ତି ।

କେଉଁଠି ନିଜ ଛୋଟ ଛୁଆକୁ ଛାଡ଼ି ମା କର୍ତ୍ତବ୍ୟକୁ ପ୍ରାଥମିକତା ଦେଉଛି ତ କେଉଁଠି ପୁଅ ନିଜ ବୁଢା ବାପାକୁ ଦେଖିବାକୁ ଯାଇପାରୁନି । ରାଜ୍ୟ ଉପରକୁ ଆସିଥିବା ଏପରି ଘଡିସନ୍ଧି ସମୟରେ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ନିଜ ବିବାହ ମଧ୍ୟ ଘୁଞ୍ଚାଇ ଦେଉଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସରେ କାର୍ଯ୍ୟରତ ଅନ୍ତର୍ଯ୍ୟାମି ବିଶ୍ୱାଳ କର୍ତ୍ତବ୍ୟକୁ ପ୍ରଥମ ଗୁରୁତ୍ୱ ଦେଇ ନିଜ ବିବାହ ଉତ୍ସବକୁ ଘୁଞ୍ଚାଇ ଦେଇଛନ୍ତି । ଚଳିତ ମାସ ୧୭ ତାରିଖରେ ତାଙ୍କର ବାହାଘର ହେବାର ଥିଲା ।

ତେବେ ବର୍ତ୍ତମାନ କରୋନା ଭଳି କଠିନ ସ୍ଥିତିରେ ରାଜ୍ୟବାସୀ ସଂଘର୍ଷ କରୁଥିବାବେଳେ ଲୋକଙ୍କ ସେବାକୁ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି । ସାମାଜିକ ଦୂରତ୍ୱ ନିୟମକୁ ପାଳନ କରି ସେ ତାଙ୍କ ବିବାହ ଉତ୍ସବ ଘୁଞ୍ଚାଇ ଦେଇଛନ୍ତି ।

ସେହିପରି ରାୟଗଡ଼ା ଜିଲ୍ଲାର ମହିଳା ପୁଲିସ ଏସଆଇ ଜୟସ୍ମିତା ବେହେରାଙ୍କ ବିବାହ ଆସନ୍ତା ୨୭ ତାରିଖରେ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା ।ତେବେ କରୋନା ସ୍ଥିତିକୁ ନେଇ ସେ ମଧ୍ୟ ତାଙ୍କର ବିବାହ ଘୁଞ୍ଚାଇ  ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ।

ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ଅନ୍ୟ ଜଣେ ପୁଲିସ ଏସ୍ଆଇ ହେଉଛନ୍ତି ମାନସ କୁମାର ସାହୁ ।  ଆସନ୍ତା ୨୬ ତାରିଖରେ ତାଙ୍କର ବିବାହ ତାରିଖ ଠିକ୍ ହୋଇଥିଲା । ତେବେ ବର୍ତ୍ତମାନ ସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା ତାଙ୍କର ଗୁରୁ ଦାୟିତ୍ୱ ବୋଲି ସେ କହିଛନ୍ତି । ଏଥିପାଇଁ ସେମାନଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି ।



from Odisha Reporter https://ift.tt/2xOCscB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages