ଲକ୍‌ଡାଉନରେ ଚଳାଇଥିଲେ ମଦ କାରବାର, ବନ୍ଧା ହେଲେ ୪୩ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

ଲକ୍‌ଡାଉନରେ ଚଳାଇଥିଲେ ମଦ କାରବାର, ବନ୍ଧା ହେଲେ ୪୩ ଜଣ

ଅନୁଗୋଳ ( ବିରଜା ପ୍ରସାଦ ଦାଶ):ଅନୁଗୋଳ ସହର ଉପକଣ୍ଠ କରଡାଗାଡିଆରେ ଥିବା ମଦ ଭାଟି ଉପରେ ପୁଲିସ୍‌ ଚଢ଼ଉ କରି  ୪୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଦ ବ୍ୟବସାୟୀ ବିକ୍ରମ ସାହୁ, ତାଙ୍କର ୧୨ ଜଣ କର୍ମଚାରୀ ଏବଂ କାରବାରରେ ସମ୍ପୃକ୍ତ ୩୦ ଜଣ ବ୍ୟବସାୟୀ। 

ଚଢଉ ସମୟରେ ପୁଲିସ୍‌ ୪ହଜାର ୪୪୦ ଲିଟର ମଦ ସହ ୬ ହଜାର ଲିଟର ପାଉଚ୍‌ ଜବତ କରିଛି। ସେମାନଙ୍କ ନିକଟରୁ ୧୮ ଟି ବାଇକ, ୨୧ ଟି ମୋବାଇଲ ଫୋନ, ଗୋଟିଏ ଅଟୋ ଓ ଗୋଟିଏ କାର୍‌ ଜବତ କରିଛି। 

 ମିଳିଥିବା ସୂଚନା ଅନୁସାରେ,   ଅନୁଗୋଳ ସହର ଉପକଣ୍ଠ କରଡାଗାଡିଆରେ ମଦ କାରବାର ହେଉଥିବା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ଏକ ଦେଶୀ ମଦଭାଟି ଉପରେ ପୁଲିସ୍‌ ଚଢାଉ କରିଥିଲା। ଲକ୍‌ଡାଉନ୍‌କୁ ନେଇ କଟକଣା ଜାରି ହୋଇଥିବା ସତ୍ତ୍ୱେ ମଦ କାରବାର ଚଲାଇଥିବାରୁ ପୁଲିସ୍‌ ଚଢାଉ କରିଥିଲା।



from Odisha Reporter https://ift.tt/2xOCsJD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages