୪୮ ଦିନର ଯୁଦ୍ଧ ପରେ କରୋନା ଲଢ଼େଇରେ ବୃଦ୍ଧାଙ୍କ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

୪୮ ଦିନର ଯୁଦ୍ଧ ପରେ କରୋନା ଲଢ଼େଇରେ ବୃଦ୍ଧାଙ୍କ ବିଜୟ

ଥିରୁଭନନ୍ତପୁରମ: ଅଦମ୍ୟ ଇଚ୍ଛା ଶକ୍ତି ଓ ସାହାସ ବଳରେ ସବୁ କିଛି ସମ୍ଭବ ବୋଲି ପୁଣିଥରେ ପ୍ରମାଣିତ ହୋଇଛି। ୬୦ ବର୍ଷରୁ ଋର୍ଦ୍ଧ୍ୱ ବୟସ୍କମାନେ ମହାମାରୀ କରୋନା ଆକ୍ରାନ୍ତ ଓ ପ୍ରାଣ ହରାଉଥିବା କୁହାଯାଉଛି। ହେଲେ କେରଳରେ ଜଣେ ୬୨ ବର୍ଷୀୟ ବୃଦ୍ଧା ଏହାକୁ ଭୁଲ ପ୍ରମାଣିତ କରି ଏହାକୁ ମାତ ଦେବାକୁ ସକ୍ଷମ ହୋଇଛନ୍ତି। ଦୀର୍ଘ ୪୮ ଦିନର ଲଢ଼େଇ ଓ ଡାକ୍ତରଙ୍କ ସହଯୋଗ ଯୋଗୁ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସୁସ୍ଥ ହୋଇ ଥିଲେ ହେଁ ସେ ୧୪ ଦିନ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବେ।

କେରଳ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ପାଥନମଥିଟ୍ଟାର ୬୨ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ଶେଷରେ ସୁସ୍ଥ ହୋଇଛନ୍ତି। ତାଙ୍କୁ ଦୀର୍ଘ ୪୮ ଦିନ କାଳ ହସ୍ପିଟାଲରେ ରଖି ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏହି ୪୮ ଦିନ ମଧ୍ୟରେ ଅନେକ ଥର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା ଓ ପରେ ଏଥିରେ ସୁଧାର ଆସିଥିଲା।

୪୮ ଦିନ ମଧ୍ୟରେ ୨୩ ଥର ତାଙ୍କର ନମୂନା ପରୀକ୍ଷା କରାଯାଇଥିଲା। ୨୦ ଥର ଏହା ପଜିଟିଭ ଆସିଥିବା ବେଳେ ଗତ ୩ଟି ନମୂନା ନେଗେଟିଭ ଆସିଛି। ୩ଥର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ପରେ ସେ କରୋନା କଳବରୁ ମୁକ୍ତି ପାଇଥିବା ପ୍ରମାଣିତ ହୋଇଛି। ଏହା ଡାକ୍ତରଙ୍କ ପରିଶ୍ରମ ଓ ଆକ୍ରାନ୍ତଙ୍କ ଇଚ୍ଛା ଶକ୍ତି ଯୋଗୁ ସମ୍ଭବ ହୋଇ ପାରିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ମହିଳା ଜଣଙ୍କ ମାର୍ଚ୍ଚ ୮ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାର ଦୁଇ ଦିନ ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ସେ ୩ ଜଣ ଇଟାଲୀ ଫେରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ। ମହିଳାଙ୍କ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ରହିଥିଲା।

ଦେଶର ପ୍ରଥମ ରାଜ୍ୟ ଭାବେ କେରଳରେ ହିଁ ପ୍ରଥମ କରୋନା ରୋଗୀ ଜାନୁଆରୀ ୩୦ରେ ଚିହ୍ନଟ ହୋଇଥିଲେ। ଏଯାଏ କରୋନା ଯୋଗୁ କେରଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ପ୍ରଥମ ରାଜ୍ୟ ଭାବେ କରୋନା ଗ୍ରାଫକୁ କେରଳ ବେଣ୍ଡ କରିବାରେ ସକ୍ଷମ ହୋଇଛି। ଏଠାରେ କରୋନା ବୃଦ୍ଧି ହାର ୧.୮% ରହିଛି।



from Odisha Reporter https://ift.tt/2KzEG2c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages